STORYMIRROR

Manaswini Dash

Tragedy Inspirational

3  

Manaswini Dash

Tragedy Inspirational

ଏକ ଅଭୁଲା ମୁହୁର୍ତ୍ତ

ଏକ ଅଭୁଲା ମୁହୁର୍ତ୍ତ

1 min
153

ଏ ଜୀବନର ଧରାଭୂଇଁରେ ନୃତ୍ୟ କରିଛି କେତେ ଅସୁମାରୀ ଆନନ୍ଦର ମୁହୂର୍ତ୍ତ 

କିନ୍ତୁ ଜୀବନରେ ଏମିତି ଏକ ମୁହୁର୍ତ୍ତ ଯାହାକି ସତରେ ନିଆରା

ଆନନ୍ଦ ଦେଇଛି ସତ କିନ୍ତୁ ଏହାତ ଥିଲା ବିଷାଦ ଆଉ ଆନନ୍ଦର ଏକ ମିଶ୍ରିତ ପରିପ୍ରକାଶ 

ଜୀବନ ଯେତେବେଳେ ସରଳ ରେଖାରେ ଗତିକରୁଥିଲା କୋରୋନାର ଆବିର୍ଭାବ ଯେମିତି ଏକ ଦୁଃସ୍ବପ୍ନ ଥିଲା 

ବାପାଙ୍କ ସମସ୍ତ ସୁନ୍ଦର ସ୍ବପ୍ନ ଯେମିତି ଧୂଳିସାତ ହୋଇଯାଇଥିଲା ଆଉ ଭାଙ୍ଗିଯାଇଥିଲା ଆଗକୁ ବଢିବାର ନିଶା 

ତଥାପି ସମସ୍ତ କୋହକୁ ଜାପି ରଖି ଘୋଡାଇଦେଇଥିଲେ ମତେ ସହାନଭୂତିର ଚାଦର 

ଡାକ୍ତରଖାନାର ଆଶାହୀନ ପରିବେଶରେ ଗଢିବାକୁ ଦୁହେଁ ଚାହିଁଥିଲୁ ଆଶାର ସୁନେଲି ମହଲ 

ଦୁହିଁଙ୍କ ଆଖିରେ ଥିଲା ଅଶ୍ରୁର ଅମାନିଆ ଆବିର୍ଭାବ 

ଶାରୀରିକ ଯନ୍ତ୍ରଣାର ଅନ୍ତରାଳେ ମୋ ବାପାଙ୍କ ମୁହଁରେ କୃତ୍ରିମ ହସ ହିଁ ଥିଲା ବଞ୍ଚିବାର ରାହା 

ତାଙ୍କର ସୁପ୍ତତା, ବିରସ ମୁଖମଣ୍ଡଳ ଆଉ କୁଞ୍ଚିତ ଚର୍ମ ଯେମିତି ଅନ୍ତରରେ ସୃଷ୍ଟି କରୁଥିଲା ଦୁର୍ବିସହ ବେଦନା 

ମାତ୍ର ; ଯେଉଁ ମୁହୁର୍ତ୍ତରେ ଡାକ୍ତର କହିଥିଲେ ଆମେ ଦୁହିଁ କୋରୋନା ମୁକ୍ତ 

ସେ ମୁହୁର୍ତ୍ତ ହିଁ ଥିଲା ସବୁଠୁ ଆନନ୍ଦମୟ 

ମୋ ବାପାଙ୍କ ମୁହଁରେ ଫୁଟି ଉଠିଥିଲା କେତେଦିନର ସଂଚିତ ହସ 

ମୁଁ ତାଙ୍କୁ ଆଲିଙ୍ଗନ କରି ଭୁଲି ଯାଇଥିଲି ସମସ୍ତ ବେଦନା ଆଉ ଯନ୍ତ୍ରଣାର ଅତ୍ୟାଚାରକୁ  

ଆଉ ମନେ ମନେ ଭାବୁଥିଲି ମୋ ବାପା ଜଣେ ବୀର ଯୋଦ୍ଧା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy