ଏଇଟା କଳିକାଳ
ଏଇଟା କଳିକାଳ
ଯେଉଁଆଡେ ଆଖି ପାଉଛି ମୋହର
ଯାହା ଯାହା ସବୁ ଦେଖେ
କହି ପାରେନାହିଁ ସହି ପାରେନାହିଁ
ମନତଳେ ଛବି ଆଙ୍କେ I
ଯାହାକୁ ଭାବିଛି ଦେବତା ବୋଲି ମୁଁ
ଦେଖେ ମୁଁ ଲମ୍ପଟ ଟିଏ
ଦେବାଦେବୀ ସବୁ ମୁହଁକୁ ଲୁଚାଇ
ଭାସନ୍ତି ସମୟ ସୁଏ I
ଭାବେ ମୁଁ ଯାହାକୁ ଦେବୀଟିଏ ବୋଲି
ଦେଖି ତା ଅସଲ ରୂପ
ଆଖିରୁ ମୋ ଝରେ ଲୁହ ଧାର ଧାର
ହୃଦୟରେ ଭୂମିକମ୍ପ I
କଳିର ସ୍ୱରୂପ ଦେଖି ନଥିଲି ମୁଁ
ଶୁଣିଥିଲି ଯାହା କାନେ
ଦେଖି ଆଜି ସେଇ ଚେହେରା ସବୁକୁ
ତ୍ରସ୍ତ ହୁଏ ମନେ ମନେ I
ଭଲ ପାଇବାର ଖୋଳପା ଭିତରେ
ବ୍ୟଭିଚାର ସବୁ ଦେଖି
କହି ହେଉନାହିଁ ସହି ହେଉନାହିଁ
ଭିଜି ଯାଉଛି ମୋ ଆଖି I
