ଏଇତ ଜୀବନ
ଏଇତ ଜୀବନ
ଜୀବନଟା ଏକ ଚଲାପଥ ଟିଏ
କେବେ ସରେନାହିଁ ବାଟ
କେହି ଯଦି ଆସି ହାତ ଥାମି ଧରେ
ଜଣା ପଡେନାହିଁ ପଥ ।
କେହି ଥାନ୍ତି ସୌଦାଗର
ଆମ ହସ ଓ ଲୁହର
ଆଉ କିଛି ଉପଭୋଗି ଥାଆନ୍ତି ସଦା
ଆପଣା ସ୍ୱାର୍ଥର ।
ଏକା ଏକା ଚାଲୁ ଚାଲୁ
ଦେଖା ହୋଇଥାନ୍ତି କେତେ
କିଏ ହାତ ଧରି ଚାଲେ
କିଏ ପୁଣି ଛାଡି ଚାଲିଯାଏ ଅଧାବାଟେ।
କାହା ଜୀବନଟା ସଙ୍କୁଚିତ ପଥ
କାହାର ଯେ ଦୀର୍ଘ ତମ
ତଥାପି ଆମକୁ ଚାଲିବାକୁ ପଡେ
କରି ନିଜ ନିଜ କର୍ମ ।
ଜୀବନଟା ଅଟେ ଆମ
ନିର୍ଜନ ସଡକ ସଦୃଶ୍ୟ
କେବେ ଥାଏ ଖାଲ ପୁଣି
କେବେ ପଡେ ଢ଼ିପ ।
କେତେ ବାଙ୍କ ଦେଇ ଯାଏ
ଜୀବନ ପଥଟି
ସୁଖ ଥାଏ ଦୁଃଖ ଥାଏ
ଥାଏ ବି ତ ପ୍ରୀତି ।
କେବେ ଆସେ ଦୁର୍ଘଟଣା
ନଦେଇ ଖବର
ତଥାପି ଚାଲିବାକୁ ପଡେ ଆଗକୁ
ଛାତିରେ ଲଦି ପଥର ।
ଚାଲୁ ଚାଲୁ ବାଟ ଆମେ
ଏ ଜୀବନ ପଥେ
ମିଛ ଖେଳ ଖେଳିବାକୁ ପଡେ
ମରିଚୀକା ସାଥେ ।
ଜୀବନ ଅଛି ତ ବନ୍ଧୁ
ସମସ୍ୟା ବି ଆସିବ
ସବୁ ସମସ୍ୟାର କରି ସମାଧାନ ନିଜେ
ଆଗକୁ ଚାଲିବା ଶିଖିବା ।