ଏଇ ମୋ ଉତ୍କଳ
ଏଇ ମୋ ଉତ୍କଳ
ଏଇ ମୋ ଉତ୍କଳ ସରଗ ଯା କୋଳ
ଜୀବନ ତା ପାଣି ପବନ
କୋଳରେ ଯାହାର ଜଗତ ଠାକୁର
ଦିଅନ୍ତି ଭକ୍ତଙ୍କୁ ଦର୍ଶନ ।।
ନିତି ଯେ ସାଗର ପାଦ ଧୁଏ ଯାର
ତା ମାଟି ମୋ ମଥା ଚନ୍ଦନ
ଯା ନଦୀ ଝରଣା ଗିରି ବନ ସିନା
ପ୍ରତିଟି ହୃଦୟ ସ୍ପନ୍ଦନ ।।
ଦେଇଛି ଜୀବନ ଦେଇଛି କରମ
ଦେଇଛି ସମାଜେ ସମ୍ମାନ
ନାହିଁ କିଛି ଭିନ୍ନ ସଭିଏଁ ସମାନ
ଉତ୍କଳ ମାଆର ସନ୍ତାନ ।।
ମାଆ ଆଖି ଲୁହ ମାଆ ଛାତି କୋହ
ମନରେ ଭରଇ କଷଣ
ରଖି ତା ସମ୍ମାନ କେତେ ବୀର ଗଣ
ହସି ହସି ଦେଲେ ଜୀବନ ।।
ମାଆର ମମତା ଗଢିଛି ଏକତା
ଶତ୍ରୁକୁ କରିବା ଦମନ
ତା ସମ୍ମାନ ପାଇଁ ଏ ଜୀବନ ଦେଇ
ପାଇବା ସହିଦ ସମ୍ମାନ ।।
