STORYMIRROR

Sachidananda Kar

Classics

3  

Sachidananda Kar

Classics

ଏଇ ଅଶିଣରେ.......

ଏଇ ଅଶିଣରେ.......

1 min
306


         ଏଇ ଅଶିଣରେ ଧାନ କିଆରିଟି 

                ଦିଶେ ଭାରି ମନଲୋଭା

         ପତରରେ ତା'ର ଧରିଥାଏ ସିଏ

                ସବୁଜ ରଙ୍ଗର ଶୋଭା


         ପାଟରେ ପଠାରେ ଏଇ ଅଶିଣରେ

                କାଶଫୁଲ ଫୁଟିଯାଏ 

         ଧୋବଧଉଳିଆ ରଙ୍ଗର ସେମାନେ

                ମନକୁ ଆମରି ପାଏ


         ଏଇ ଅଶିଣରେ ଆକାଶଟି ପରା

                 ଘନ ନୀଳ ରଙ୍ଗ ଦିଶେ

          ଆଖି ଫେରେ ନାହିଁ ଯେବେ ସେ ରଙ୍ଗରେ

                 ଆଖି ଦୁଇ ଆମ ମିଶେ


          ସରସୀର ଜଳ ଏଇ ଅଶିଣରେ

                 ସଫା ନୀଳ ରଙ୍ଗ ଧରେ

          ପାଶେ ଠିଆ ହୋଇ ଦେଖଣାହାରୀଟି

                 ଦେଖେ ଯେବେ ମନ ହରେ

  

          ଏଇ ଅଶିଣରେ କେତେ ଯେ ରଙ୍ଗର

                  ଫୁଲଙ୍କର ମେଳା ବସେ

          ସଜେଇ ହୋଇକି ସୁନ୍ଦର ଠାଣୀରେ

                  ଧରା ରାଣୀ ମିଠା ହସେ


          ସବୁ ସେ ରଙ୍ଗରୁ ଏଇ ଅଶିଣରେ

                 ଆସ କିଛି କିଛି ନେବା

          ମାଆ ଆସୁଛନ୍ତି ସରଗୁ ଓହ୍ଲାଇ

                  ତାଙ୍କ ପାଦ ତଳେ ଦେବା


          କରୁଣାମୟୀ ସେ ଜୀବନେ ଆମରି

                  ନାନା ରଙ୍ଗ ଦେବେ ଭରି

          ଖୁସି ହେବା ଏଇ ଅଶିଣରେ ଆମେ

                  ରଙ୍ଗର ଜୀବନ ଧରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics