ସମ୍ପର୍କ ଖିଅରେ ସ୍ବାର୍ଥ ଦଉଡି
ସମ୍ପର୍କ ଖିଅରେ ସ୍ବାର୍ଥ ଦଉଡି
ସମ୍ପର୍କ ଖିଅରେ ସ୍ବାର୍ଥ ଦଉଡି
ଭାବନାବ ସବୁ ଯାଏ ବିଗିଡି ।
କେତେ ଲାଭ କେତେ ହୋଇବ କ୍ଷତି
ଭାବିଲେ ସମ୍ପର୍କ ହୁଅଇ ଇତି ।
ସହଜେ ସମ୍ପର୍କ ହୁଏନି ଯୋଡି
ସହଜରେ କିନ୍ତୁ ଯାଏ ସେ ଛିଡି ।
ତର୍କ 'ସମ୍ପର୍କ' କୁ ଦିଏ ବିଗାଡି
ବିଶ୍ବାସରେ ବିଷ ଦିଏ ଅଜାଡି ।
ରକ୍ତର ସମ୍ପର୍କ ଭାରି ନିବିଡ
ସ୍ନେହର ବନ୍ଧନ ଶ୍ରଦ୍ଧାର ନୀଡ ।
ସ୍ବାର୍ଥ ବୁଝେନାହିଁ ରକ୍ତ ସମ୍ପର୍କ
ଏମିତି ଜୀବନ ପାଲଟେ ନର୍କ ।
ବୁଝାମଣା ରଖି ଚାଲିଲେ ବାଟ
ସମ୍ପର୍କ ରୁହଇ ସଦା ଅତୁଟ ।
ସ୍ନେହର ସମ୍ପର୍କ ଶ୍ରଦ୍ଧାର ଡୋର
ଜୀବନ ଲାଗଇ ଭାରି ସୁନ୍ଦର ।