Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SAHITYA TARJUMAN

Classics

4.0  

SAHITYA TARJUMAN

Classics

ଶ୍ରାବଣ

ଶ୍ରାବଣ

1 min
191


ଜୀବନର ଗୀତ, ଗାଉଛି ଶ୍ରାବଣ

ଝିପି ଝିପି ସ୍ବରେ, କହୁଛି ଶ୍ରାବଣ ।


ବଣରେ ମୟୁର, ପକ୍ଷକୁ ମେଲାଇ

ମେଘଦୂତ ସାଜି, ନାଚୁଛି ଶ୍ରାବଣ ।


ଦୂର ଆକାଶରେ, ଇନ୍ଦ୍ରଧନୁ ଦେଖି

ଲାଗୁଛି ସତେକି, ହସୁଛି ଶ୍ରାବଣ ।


ମେଘ ମହ୍ଲାର ଯେ, ଶୁଭୁଛି ମୋ କାନେ

ଚାଲି ଆସ ଏବେ, ଡାକୁଛି ଶ୍ରାବଣ ।


ତୁମ ପ୍ରୀତି ଡୋରେ, ବନ୍ଧା ପଡ଼ିଛି ସେ

ବିରହିଣୀ ସାଜି, କାନ୍ଦୁଛି ଶ୍ରାବଣ ।


ଧରାକୁ ସବୁଜ, ସ୍ବଚ୍ଛ ରଖୁବାକୁ

ଭେଦଭାବ ବିନା, ଝରୁଛି ଶ୍ରାବଣ।


ସତ କହୁଛି ମୁଁ, ଲାଗୁଛି ଏମିତି

ମୋ କଲମ ଧରି, ଲେଖୁଛି ଶ୍ରାବଣ ।


Rate this content
Log in