STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଏବର ମୋ ଗାଁ

ଏବର ମୋ ଗାଁ

1 min
439


ମୋ ଗାଁ ଏବେ ସହରୀ ପୋଷାକ ପିନ୍ଧିଛି

ଜୋକର ଭଳିଆ ଦିଶୁଛି

ଗାଁ ବୋଲି ଆଉ କି ଅଛି ଭାଇ !

ସେଠି ସହର ଧସେଇ ପଶିଛି

ଛକରେ ଛୋଟ ବଜାରଟେ ହସୁଛି

ଗାଁ ପା ଏବେ ସହରୀ ସହରୀ ବାସୁଛି !


ଛକରେ ଗଞ୍ଜେଇ ଚିଲମ ଧୂଆଁ ଜମୁଛି

ମୋ ଗାଁ ଆକାଶ ଶୀତ ଦିନ ପରି ଦିଶୁଛି

ପଲିଥିନ ନାଲି ପାଣି ଛୁଆଠୁ ବୁଢା ପରିଯ୍ୟନ୍ତ 

ସଭିଙ୍କୁ ବାଇଆ କରିଛି

ଇଜ୍ଜତ ମହତ ନେଉଛି 

କେତେ ସଂସାର ଉଜାଡୁଛି।


ବିନା ନାଲି ପାଣିରେ ମୂଲିଆ କାମକୁ ଯିବନି କହୁଛି

ଧାନ ରୁଆଁ କଟା ବିଲବଛାରେ

ନାଲି ପାଣି ଲୋଡ଼ା ହେଉଛି 

ମାଲ୍ ନ ଦେଲେ

ଘରେ ଶବ ବାସି ମଢା ହୋଇ ପଡୁଛି

ଶବ ଆଖିରୁ ବି ଲୁହ ବୋହୁଛି।


ଅକର୍ମାହେଲେଣି ଗାଁ ମେହେନତି ମଣିଷ

ଭତ୍ତା ଚାଉଳ ତ ମିଳୁଛି

ଆଉ କି ପର୍ବାଏ ରହିଛି

ଠାଆକୁ ଠାଆ ଭେଳା ଭେଳା

ତାସ ପାଲି ସକାଳେ ସଞ୍ଜରେ ବେଶ୍ ଜମୁଛି

ପରିଶ୍ରମୀ ମଣିଷ ଏବେ କାମ କରିବାକୁ ଡରୁଛୁ।


ପୁନେଇଁ ପରବ ସୁଖ ଆଉ ମିତ

ଗାଁ ରେ କି ଆଉ ରହିଛି !

ପିଠା ପଣା କିଏ କରୁଛି

ଛକରୁ ଇଟିଲ ଭୁଗୁନି କିଣି ଖାଇଦେବା 

ନୁଡୁଲସ୍,କୁର୍ କୁରୀ ବରାରେ କାମ ଚଲେଇବା

କିଏ ଏତେ ଝମେଲାରେ ପଶୁଛି

ମା ପିଲାଙ୍କୁ ଏକଥା ବୁଝାଇ କହୁଛି।


ପାର୍ଟି ପଲିଟିସି କ୍ୟାନ୍ସର୍  ପରି

ଗାଁ କୁ ମୋ ଖାଇ ଖାଇ ଯାଉଛି

କୁଜି ନେତାଙ୍କର ଯେତିକ ଛଇ ମାଡ଼ ଖାଇ

 ଗାଁ ଟି ଗଅଁ ଗଅଁ ହେଉଛି

 ମିତ ଲୋ ମୋ ଗାଁ ବିକଳାଙ୍ଗ ହେଉଛି

 କର୍ମକୁଢି ହୋଇ ଗାଁ ଯୁବ ଶକ୍ତି

 କି ଯୋଜନା ଆସିଲା ଟାକି ବସୁଛି।


ଗୋବର ଲିପା ପୋଛା କାନ୍ଥ କିବା

ଚାଳ ଛପର ସୁନ୍ଦର ଘର

ଦେଖିବାକୁ ସପନ ହେଉଛି

ଇନ୍ଦିରା ଆବାସ ଖଣ୍ଡକରେ

ଶୁଆ ବସା ରନ୍ଧା ଚାଲିଛି

ଗାଁ ସୁନ୍ଦର ରୂପ ଭେକ କୁଆଡେ ଉଭେଇ ଯାଇଛି।


ଭାଇ ଚାରା କିମ୍ବା ପଡିଶା ସୁଆଗ

କୁଆଡେ ହଜି ଯାଇଛି

ଟିକିଏ କଥାରେ ହାତା ହାତି ହୋଇ

ଥାନା ଯାଏ କଥା ଯାଉଛି

ମୁଁଣ୍ଡ ଫାଟୁଛି ନଲେ ମୁଣ୍ଡଟିଏ ଗଡୁଛି

ମଣିଷ ପଣିଆ ମୋ ଗାଁ ରୁ କିଏ ଲୋ ମିତ

ଚୋରାଇ ନେଇଛି।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy