STORYMIRROR

Dayasagar Dharua

Abstract

2  

Dayasagar Dharua

Abstract

ଏଭେଁ

ଏଭେଁ

2 mins
114

ସେ କେନସି ବି ସମସ୍ୟା ଆର୍ ମତେ ସମସ୍ୟା ନି କରବାର୍

ହରମିସା ମତେ ଭାଂଗି ଦେବାର୍ ଟା ହିଁ ଥିଲା ଜାହାର୍ କାରବାର୍

ସେ ସମସ୍ୟା ରୁପୀ ଅଂଗରାଥିଁ ପାଏନ୍ ଝିଁଟା ମାରି ଚାଲିଛେଁ ବାରବାର୍


ଏଭେଁ ଠିକ୍ ଠାକ୍ ଚାଲିଛେ ମୋର୍ ଦିନ୍ ରାକ


କେଁଜେ କି ସେ ସମସ୍ୟା ମାନେଁ ହିଁ ମୋର୍ ସମସ୍ୟାର୍ ଦାଏରା କେ ଲଂଘି ନାଇଁ ପାରବାର୍ ।


ଜେନତା ସୁଖି ଜାଇଛେ ସେ ନଏଦ୍ ଜାହାର୍ ପାଏନ୍ ଲାଗୁଥୁଲା ଖାରା

ଜେନତା ବରସି ଜାଇଛେ ସେ ମେଘ୍ ଜାହାର୍ ମୁହୁଁ ଦିସୁଥିଲା ଦୁଖ୍ ଭରା

ଆର୍ ସେ ବରସା ଧୁଇ ନେଇଛେ ମୋର୍ ଦିହୁଁ ଦୁଖ୍ ରୁପୀ ଉଜନର୍ ପସରା


ଏଭେଁ ଠିକ୍ ଠାକ୍ ଚାଲିଛେ ମୋର୍ ଦିନ୍ ରାକ


ଜେନତା ଉସାସ୍ ହେସନ୍ ଗଛର୍ ପତର୍ ରାକ ନିଥରି ଗଲେ ରାତିର୍ ପଡଲା ଉସର୍ ଭାରା ।


ଆଏଜ୍ କାଏଲ୍ କିନିଁ ବହୁତ୍ ଡେରି ରେ ଛାଡୁଛେ ମୋର୍ ଆଖୁଁ ଝୁମୁରା

ଲାଗୁଛେ ଜେନତା ବନ୍ଧା ହେଇଛେ ଆଁଖିର୍ ଢବାଘରେ ସପନର୍ ପୁରା

ଆଘୋ ଏନତା ନି ଥେଇଁ ବେଲ୍ ଉଦି ଜେ ଚେତି ଚେତି ସବ୍ ରାଏତ୍ ସାରା


ଏଭେଁ ଠିକ୍ ଠାକ୍ ଚାଲିଛେ ମୋର୍ ଦିନ୍ ରାକ


ସୁନସାନ୍ ରାତିର୍ ଆଁଖିର୍ ବାଦଲେଁ ଫିରି ଆସିଛନ୍ ଗୁହଡା ଗୁହଡା ସପନ୍ ରୁପୀ ତରା ।


ଜେନତା ସବୁ କୁତି ଗରଜି ଉଠୁଛେ ଭଁଅର୍ ମାନକର୍ ଗୁନ୍ ଗୁନାବାର୍ ଥିଁ

ଜେନତା ବହେତି ପବନ୍ ମହକି ଜଉଛେ ନୁଆଁ ଫୁଟିଥିବା ଫୁଲର୍ କଁହର୍ ଥିଁ

ଆର୍ ସେ କଁହର୍ କେ ଠାବି ବାହାରିଛନ୍ ଭଁଅର୍ ଭିଲ୍ ତାକର୍ ଗୁହୁଡାଥିଁ


ଏଭେଁ ଠିକ୍ ଠାକ୍ ଚାଲିଛେ ମୋର୍ ଦିନ୍ ରାକ


ଜେନତା ସେ ନୁଆଁ ଫୁଲ୍ ରାକ ଫୁଟି ଜେଇଛନ୍ ଫେର ଘାଏ ସୁଖି ଜେଇଥିଲା ସେମେଲ୍ ଗଛଥିଁ ।


ଝୁରି ମାନକର୍ ସାଂଗେ ତଁଅରିଁ ଜାଏତିଁ କେଁ ବଲି ମନ୍ କହୁଛେ ଏଭେଁ

ବହି ଜାଏତିଁ କେଁ ଟେଢାମେଢା ଧାରେଁ ନଦିର୍ ହେନତା ହିଁ ଏକା ଭାବେଁ

କି ସେ ଭଁଅର୍ ମାନକର୍ ଭିଲେ ଉଡି ଜାଏତିଁ କାଏଁ ନିଁ ରହେତିଁ ଆର୍ ଥାବେଁ


ଏଭେଁ ଠିକ୍ ଠାକ୍ ଚାଲିଛେ ମୋର୍ ଦିନ୍ ରାକ


ଜେନତା କି ନୁଆଁ ସଖାଲ୍ ପେଇଛେ ଆଏଜ୍ ମୋର୍ ଲାଗି ଫେର୍ ଘାଏ ଆସାର୍ ଚେରେର୍ ରାବେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract