STORYMIRROR

Dayasagar Dharua

Romance

3  

Dayasagar Dharua

Romance

ପଁଣକା ପଁଣକି

ପଁଣକା ପଁଣକି

1 min
189

ଚାଲ ଭଲ୍ ପାଏମା

ପଁଣ୍'କା ପଁଣ୍'କି ଲେଖେଁ

ବୁପ୍'ରେ ଜେନ୍'ତା ତାକର୍ ଭାବେ ହିଁ ଭୋଲ୍

ଛୋଟ୍ ଟେ ଗୁଡାଥିଁ ଚାଲ

ଆମେ ବି ହଁସ୍'ମା

ହେନ୍'ତା ସୁଖ୍ ଦୁଖ୍ କରି ଠୋଲ୍


ଏ !

ସୁନୁଛ ?

ଇ ସମିଆଁ ନି ଆସେ କେଭେଁ,

ଚାଲ ଭଲ୍ ପଏମା ପଁଣ୍'କା ପଁଣ୍'କି ଲେଖେଁ


ଉଡି ବୁଲ୍'ମାଁ ଚାଲ

ସୁଇନ୍ ଆକାସେ

ନାଚି ନାଚି ପବନର୍ ତାଲେ

ଫେର୍ ଅଥା ହେଲେ

ନିସାସ୍ ଭର୍'ମା, ଥାକ୍'ମା

ବସି କେନ୍'ସି ବଉଲ୍ ଆଏଲା ଆମ୍ ଡାଲେ


ଏ !

ସୁନୁଛ ?

ଇ ସମିଆଁ ନି ଆସେ କେଭେଁ,

ଚାଲ ଭଲ୍ ପାଏମା ପଁଣ୍'କା ପଁଣ୍'କି ଲେଖେଁ


ଚାଲ କଥା-କଥାଥିଁ

ଆମେ ପେଟ୍ ପୁରାମା

ଆର୍ ଆଁଖି ଆଁଖିଥିଁ ମେଟାମା ସୋସ୍

ତମର୍ କୁଲେ ଘାଏ

ମୋର୍ କୁଲେ ଘାଏ

ସୁଇ ସୁଝଉଥିମାଁ ଆମର୍ ରାଗ୍ ରିସ୍'ମି ରୋସ୍


ଏ !

ସୁନୁଛ ?

ଇ ସମିଆଁ ନି ଆସେ କେଭେଁ,

ଚାଲ ଭଲ୍ ପାଏମା ପଁଣ୍'କା ପଁଣ୍'କି ଲେଖେଁ


ଚାଲ ନ ଝାରର୍ ମଝାବାଟେ

ଆମର୍ ପାହା ଥାପ୍'ମା

ଚିତରାମା ଧୁଏଲ୍'ଥିଁ ଆମର୍ ପିରତିର୍ ଫୁଲ

ତମର୍ ପାହାର୍ ପାଖେ

ମୋର୍ ପାହା ଥାପି

ନୁଆଁ ସଂସାର୍ ଟେ ମିସି ଆମେ କର୍'ମା ମୁଲ୍


ଏ !

ସୁନୁଛ ?

ଇ ସମିଆଁ ନି ଆସେ କେଭେଁ,

ଚାଲ ଭଲ୍ ପାଏମା ପଁଣ୍'କା ପଁଣ୍'କି ଲେଖେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance