STORYMIRROR

Dayasagar Dharua

Others

3  

Dayasagar Dharua

Others

ମହାକାଲ୍ ହୁଁକ୍'ରଉଛେ

ମହାକାଲ୍ ହୁଁକ୍'ରଉଛେ

1 min
193

ଧରମ୍-ଧରମ୍ ଭିତରେ ଲଡେଇ

କେନ୍ ଠାନେଁ ଉଠୁଛେ ହାତ୍

ତ କେତେବେଲେ ବାଜୁଛେ ଲାତ୍

ହୁଁ ପଦେଥିଁ ଦଂଗା

ଆର୍ କେତେ କେତେ ମାର୍ ଧାର୍


ଦେଖ୍ କଥାକଥାଥିଁ ପରେ ବେଁକ୍ କଟୁଛେ


ମତେ ଲାଗୁଛେ,

ମହାକାଲ୍ ହୁଁକ୍'ରଉଛେ


ଅସ୍ତର୍ ସହେତେଁ ସମାନ୍ ଆଏ

ଇହାଛିନ୍ ମୁହୁଁ ନିସ୍'ରିଲା କଥା

ସୁନ୍'ଲୁ, ସହେଲୁ ବେଲେ ମୁଡ୍ ବଁଚାଲୁ

ଜଦି ଟୁଣେଇ ଦେଲୁ,

ନିଜର୍ ପରାନ୍ କେ ନିଜେ ମୁର୍'ଛିଲୁ


ଦେଖ୍ ଧାର୍ ଧାର୍ ରକତ୍ ନିରିହର୍ ବହୁଛେ


ମତେ ଲାଗୁଛେ,

ମହାକାଲ୍ ହୁଁକ୍'ରଉଛେ


ମନେଁ ଲାଖ୍ ଲାଖ୍ ଛିଦର୍ କଲାନ

ଆର୍ ଲୁକର୍ ଭାବନାଥିଁ ହଜାର୍ ଫରକ୍

ଅଧର୍ମର୍ ବିଚାର୍ ଚାରିିକୁତି ଫଏଲି ଗଲାନ

କେନ୍ କଣ୍'ହାଁକେ ଚୁଟ୍'ବୁ

ଭରମର୍ ଧାର୍ ତ ଆଏର୍ ଭାଂଗ୍'ଲାନ


ଦେଖ୍ ଗଜ୍'ରାଲା ଜିବନ୍ ଜାକ ନାଲେ ଭାସୁଛେ


ମତେ ଲାଗୁଛେ,

ମହାକାଲ୍ ହୁଁକ୍'ରଉଛେ


ବାଏବି ଧରମ୍ କେ ମହତ୍ କହୁଛନ୍

ମୁନୁସ୍'ପନ୍ କେ ପାସ୍'ରି ଦଉଛନ୍

ନିଜର୍ ଗଢଲା ଧରମ୍ କେ ବୁଆ ଏଡେ ସର୍'ଧା

କେନ୍'ତା ବୁଝାବୁ ବୁଝା

ଜମାନା ଅଜବ୍ ହେଲାନ ଆର୍ ସତ୍ ଗୁଜବ୍


ଦେଖ୍ ଧରମ୍ କେ, ମୁନୁସ୍'ପନର୍ ଟଁଟି ମାଡୁଛେ


ମତେ ଲାଗୁଛେ,

ମହାକାଲ୍ ହୁଁକ୍'ରଉଛେ


ଜଦି କୁନିତିର୍ ବିରୋଧେଁ ଲଡ୍'ବୁ

ଅର୍ଜୁନ ହେଇ କରି ଦ୍ରୋଣ ମାରବୁ

ସସ୍'ତର୍ ନିଁ ଉଠାଲୁ ବେଲେ ଦ୍ବାରିକା ବୁଡ୍'ବା

ଅଟକେଇ ନିଁ ତ ପାରୁ !

ଧର୍'ମର୍ ଜୁଧ୍, ଲାଖ୍ ଲାଖ୍ ବଲିଦାନ୍ ତ ମାଗ୍'ବା


ଦେଖ୍ ମହାଭାରତର୍ ଘଟନା ଫେର୍ ଘଟୁଛେ


ମତେ ଲାଗୁଛେ,

ମହାକାଲ୍ ହୁଁକ୍'ରଉଛେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍