STORYMIRROR

Dayasagar Dharua

Romance Others

3  

Dayasagar Dharua

Romance Others

ଆର୍ କାଣା କହେମି

ଆର୍ କାଣା କହେମି

1 min
275

ପହେଲା ପହେଲା ଗୁଟେ ସପନ୍ ଥିଲ ତମେଁ

ଖାଲି ସପନେଁ ତମ୍'କେଁ ତାକେଁ

ମଂଦିର୍ ଜିବାର୍ ଗୁଟେ କାରଣ୍ ହେଲ ତମେଁ

ସବ୍ ମଂଦିରେଁ ତମ୍'କେଁ ମାଗେଁ


ଆର୍ କାଣା ମୁଇଁ ତମ୍'କୁ କହେମିଁ,


ନାଇଁନ ପ୍ରାର୍ଥନାଥିଁ ମୋର୍ ଆର୍ କେନ୍'ସି ପଦ୍

ଏଭେଁ ଖାଲି ତମର୍ ନାଁ ସୁଭୁଛେ ମୋର୍ ଡାକେଁ।


କେତେ କେତେ ରଂଗେ ରଂଗେଇ ଦେଲ ତମେଁ

ମୋର୍ ଜିବନ୍'ଫରଦ୍ ଥିଲା ସାଧା

ମୋର୍ ଚଲାବାଟେ ନୁଆଁ ମୁଡେନ୍ ହେଲ ତମେଁ

ଆଘୋ ବାଟ୍ ମୋର୍ ଥିଲା ସିଧା


ଆର୍ କାଣା ମୁଇଁ ତମ୍'କୁ କହେମିଁ,


ନାଇଁନ ମୁଇଁ ବି ଆର୍ ମୁଇଁ ହେଇକରି

ହେଇ ଗଲିଁନ ତମର୍ ଅଧା।


ଇ ନିସାସ୍ ପବନ୍ କେ ତମେଁ ସିଖେଇ ଦେଲ କେଁ ?

ଅନୁଁଖନୁଁ ବହୁଛେ ଖାଲି ତମର୍ ସୁରେ

କେନ୍'ସି ମନ୍ତ୍ରେଁ ଆଁଖିର୍ ଚେରେ କେ ମନ୍ତ୍ରି ଦେଲ କେଁ ?

ସତେ ବି, ସପନେଁ ବି ଖାଲି ତମକୁଁ ନୁରେ


ଆର୍ କାଣା ମୁଇଁ ତମ୍'କୁ କହେମିଁ,


ନାଇଁନ ମନ୍ ମୋର୍ ଆର୍ ମୋର୍ ହେଇକରି

ତମର୍ ଆଏତେଁ ହେଲାନ ଧିରେ ଧିରେ।


ଭସାଲା ଗଛ୍ କେ ବଢିର୍ ପାଏନ୍ ଜେନ୍'ତା

ନଏଦ୍ ଖଁଣି ଜାଏସି ଅଜେଇ

ତମର୍ ସପନ୍ ରାକ ମତେ ବି ହେନ୍'ତା

ମଏଝ୍ ରାତି ଜାଏସି ଚେତେଇ


ଆର୍ କାଣା ମୁଇଁ ତମ୍'କୁ କହେମିଁ,


ନାଇଁନ ଆଖିଁ ମୋର୍ ଟିଖେ ରଚେଁ ବି ଝୁମୁରା

ଚେତି ଚେତି ନିଁଦ୍ କେ ଦେଲିନ ହଜେଇ।


ଉଲ୍'ଟି ଦେଖଲେ କି ତମେଁ ପାଖେଁ ଥିସ ବଲିଁ

ଏକଲା ନହେଁ ଲାଗେ ଅକ୍'ଲିଆ ବାଟେଁ

ମୋର୍ ତନେଁ ମନେଁ ଜିବନେଁ ରଁଚି ଗଲନ ବଲିଁ

ନିଜକେ ବିକି ହେଲିନ ସପନ୍ ହାଟେଁ


ଆର୍ କାଣା ମୁଇଁ ତମ୍'କୁ କହେମିଁ,


ଆଉତ ନାଇଁନ ପଛାଡେ ମୋର୍ ଦିହଁର୍ ଛଁଏରା

ମିଲେଇ ଜଉଛେ ତମର୍ ଛଁଏରାର୍ ଠାଟେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance