ସପନ୍ ଆର୍ ବାସ୍ତବିକତାର୍ ମଝାମଝି
ସପନ୍ ଆର୍ ବାସ୍ତବିକତାର୍ ମଝାମଝି
ମତିର୍ ମାଲି ଗୁଁଥଲା ବେଲେ ଜତନ୍ କରା ପଡସି
ଖଂଜାହେବା କାହାର୍ ପରେ କେନ୍ ମତି
ଜିବନର୍ ଡୋରଥିଁ ବି ହେନ୍ତା ଜତନ୍ କରା ଲାଗସି
କେନ୍ ସମିୟାଁ ନେଁ
କେନ୍ କେନ୍ ଠାନେଁ
କେତେ କେତେ ପୁର୍
ଅଛେ ଗଁଏଠ୍ ବାନ୍ଧବାର୍ ରିତି
ମାଲିର୍ ତୁଲନାଥିଁ ମତି ମାନେଁ
ସମୁଦ୍ର ସାମନେଁ ପାଏନ୍ ଥିପେ ଲେଖେଁ
ପାଏନ୍ ଥିପେ ଜଦି ଇଆଡ୍ କି ସେଆଡ୍ ହେଲେ
ଠାନ୍ ବଦଲେଇଥିଲା ଥିପେ ପାଏନ୍ କେ ଫରକ୍ ପଡବା
ହେଲେଁ ସମୁଦ୍ର କେ ରଁଚେ ବି ଫରକ୍ ନାଇଁ ପଡେ
ତ ମାଲିକେ ରଁଚେ ବି ଫରକ୍ ନିଁ ପକେଇ ପାରୁଥିବାର୍
ସେ ଛୋଟ୍ ଛୋଟ୍ ମତି ମାନେଁ
ଜଦି ତାକର୍ ଠାନ୍ ବଦଲିବେ ବେଲେଁ
ହେଇ ପାରେ କି
ସମୁଦ୍ରଥିଁ ଜୁଆର୍-ଭାଟ୍ଟା ଆସି ଜିବା
ଆର୍ ସମୁଦ୍ର କେ ନଚେଇ ପକାବା
ଜିବନ୍ ବି ହେନତା ଆଏ
ସ୍ଥାନ୍-କାଲ୍-ପାତର୍ ନିଁ ଜାନିଁ କରି
ଅନାୟାସ୍ ରେ ଜଦି ଜିବନର୍ ଡୁରେଁ ଗଁଏଠ୍ ବାନ୍ଧି ଚାଲଲେଁ
ସେ ଗଁଏଠ୍ ମାନେଁ ଗୁପିକରି ଫାନ୍ଦ୍ ବନିଁଜିବେ
ଆର୍ ଫାନ୍ଦେଁ ବନ୍ଧା ପଡିଜିବା ନିଜେ
ଗଁଏଠ୍ ବାନ୍ଧନେ ବାଲା
ଆର୍ ଅସୁନ୍ଦର୍ ଦିସିଜିବା ଗୁଁଥଲା ମତିର୍ ମାଲା
ତ ଇ ଦୁର୍ଘଟନା କେ ସୁ-ଘଟନା କରବାର୍ କେ
କି କେବଲ୍ ଘଟନା ଟେ କରବାର୍ କେ
ଗୁଟେ ଠାନ୍ ଅଛେ-
ମାଲି ଆର୍ ମତିର୍ ମଝାମଝି
ଡୋର୍ ଆର୍ ଗଁଏଠର୍ ମଝାମଝି
ସମୁଦ୍ର ଆର୍ ପାଏନ୍ ଥିପାଟାର୍ ମଝାମଝି
ଜଦି ସପନେଁ ମାଲି ଟେ ଗୁଁଥା ହେତା ବେଲେ
ମତିର୍ ଠାନ୍ ବଦଲିଲେ ବି ମାଲି ସୁନ୍ଦର୍ ଦିଖତା,
ଗଁଏଠ୍ ଗୁପଲି ଥିଲେ ବି
ଗଁଏଠ୍ ଗୁପାନୁଁ ମୁକଲି କି ପଲେଇ ହେତା,
ଆର୍ ହରେକ୍ ପାଏନ୍ ବୁନ୍ଦା ଠାନ୍ ବଦଲିଲେ ବି
ସମୁଦ୍ରର୍ ପାଏନ୍ ଥାବେଁ ରହି ଜାଏତା
ହେଲେଁ ଖାଲି ସପନେଁ
ଦୁର୍ଘଟନା, ସୁ-ଘଟନା କି ଘଟନା ହିଁ ବିଲକୁଲ୍ ନିଁ ଘଟତା
ଭରମେଁ ଭରମେଁ ସବୁ ଠିକ୍ ରହେତା
ଆର୍ ଜଦି ବାସ୍ତବିକ୍ ଦୁନିଆଁ କେ ଆମେ ଡେଗି ଆଏମା
ଜେନୁଁ କି ଆମେଁ ଅଛୁଁ
ବେଲେଁ
ବାସ୍ତବିକ୍ ଦୁନିଆଁ ନେଁ କାଣା ହେବା ଜେ
ଆମେ ସଭେଁ ଜାନିଛୁଁ
ତ ସବୁ ଘଟନା, ଦୁର୍ଘଟନା କି ସୁ-ଘଟନା ମାନେଁ
ଥାବେ-ରାବେ, ସୁତରେ-ବାତରେ, ଠିକ୍ ଭାବେଁ ରହି ପାରବେ
ଖାଲି ଗୁଟେ ଠାନେଁ
"ସପନ୍ ଆର୍ ବାସ୍ତବିକତାର୍ ମଝାମଝି"
ଜେନତା,
ମାଲି ଆର୍ ମତିର୍ ମଝାମଝି
ଡୋର୍ ଆର୍ ଗଁଏଠର୍ ମଝାମଝି
ସମୁଦ୍ର ଆର୍ ପାଏନ୍ ଥିପାଟାର୍ ମଝାମଝି
ହେନତା,
ସପନ୍ ଆର୍ ବାସ୍ତବିକତାର୍ ମଝାମଝି ।
