ଜିବନ ଜଂଜାଲର୍ ଫାସ୍
ଜିବନ ଜଂଜାଲର୍ ଫାସ୍
ଆଖିର୍ ପତା ଭିଜେ ଆଖିର୍ ଲହନେଁ
ସୁଖର୍ ସମିଆଁ କେ ନୁରେ ଗହନ୍ ବନେଁ
ଛାତି ପଥର୍ ରଖି
ଖନ୍ଦେ ବୋଝ୍ ବୁହି
ଜଲତି ଜୁଏନେଁ ସପନର୍ ଝାସ୍
ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍
ଆଖିଁ ବାନ୍ଧିଛେ ତାର୍ ଲାଖ୍ ଲାଖ୍ ସପନ୍
ହେ ବନ୍ଧନୁଁ ଛୁଟିଲେ ନାଇଁ ଧରେ ଗଗନ୍
ନିଦର୍ ଢବାଘରେ
ସପନର୍ ପୁରାନେଁ
ଛଂଚିଛେ ନଦେଖା ଜିବନର୍ ଆସ୍
ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍
ବହୁଛେ ବଲି ତ ଦିହିଁ ରକତ୍ ଧାରେ
ଦୁନିଆଁର୍ ମଚାନେଁ କେତେ ନାଟ୍ କରେ
କେଭେ ହସର୍ ରଂଗେ
ରଂଗି ଦୁଖର୍ ଢଂଗେ
କଲାନ ଅସଲ ଚେହେରାର୍ ନାସ୍
ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍
ଦିହି ତତଉଛେ ଠାଡ୍ ମଏଧାନେଁ
ଗହଦ୍ ଢାଲୁଛେ ଆସାର୍ ଚାରାନେଁ
ବିସ୍ବାସର୍ ଗାରେଁ
ଭାବନାର୍ ନଂଗଲେ
କରିଛେ ଖରାଟି ଆସା-ଫଲ୍ ଚାସ୍
ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍
ଲହଁକିିବା ସେ ସମିଆଁର୍ କେତେ ଧାର୍
ଦୁନିଆଁର୍ ଜାତନା ସହେବା କେତେ ଆର୍
ଛାଏଁ ଟିକେ ମାଗି
ଥିଲା ଅଂଧାର୍ ଭାଗି
ଇହାଦେ ମରଣ ଉକିଆଁର୍ ପାସ୍
ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍।
