STORYMIRROR

Dayasagar Dharua

Abstract

2  

Dayasagar Dharua

Abstract

ଜିବନ ଜଂଜାଲର୍ ଫାସ୍

ଜିବନ ଜଂଜାଲର୍ ଫାସ୍

1 min
164

ଆଖିର୍ ପତା ଭିଜେ ଆଖିର୍ ଲହନେଁ

ସୁଖର୍ ସମିଆଁ କେ ନୁରେ ଗହନ୍ ବନେଁ

ଛାତି ପଥର୍ ରଖି

ଖନ୍ଦେ ବୋଝ୍ ବୁହି

ଜଲତି ଜୁଏନେଁ ସପନର୍ ଝାସ୍


ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍


ଆଖିଁ ବାନ୍ଧିଛେ ତାର୍ ଲାଖ୍ ଲାଖ୍ ସପନ୍

ହେ ବନ୍ଧନୁଁ ଛୁଟିଲେ ନାଇଁ ଧରେ ଗଗନ୍

ନିଦର୍ ଢବାଘରେ

ସପନର୍ ପୁରାନେଁ

ଛଂଚିଛେ ନଦେଖା ଜିବନର୍ ଆସ୍


ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍


ବହୁଛେ ବଲି ତ ଦିହିଁ ରକତ୍ ଧାରେ

ଦୁନିଆଁର୍ ମଚାନେଁ କେତେ ନାଟ୍ କରେ

କେଭେ ହସର୍ ରଂଗେ

ରଂଗି ଦୁଖର୍ ଢଂଗେ

କଲାନ ଅସଲ ଚେହେରାର୍ ନାସ୍


ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍


ଦିହି ତତଉଛେ ଠାଡ୍ ମଏଧାନେଁ

ଗହଦ୍ ଢାଲୁଛେ ଆସାର୍ ଚାରାନେଁ

ବିସ୍ବାସର୍ ଗାରେଁ

ଭାବନାର୍ ନଂଗଲେ

କରିଛେ ଖରାଟି ଆସା-ଫଲ୍ ଚାସ୍


ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍


ଲହଁକିିବା ସେ ସମିଆଁର୍ କେତେ ଧାର୍

ଦୁନିଆଁର୍ ଜାତନା ସହେବା କେତେ ଆର୍

ଛାଏଁ ଟିକେ ମାଗି

ଥିଲା ଅଂଧାର୍ ଭାଗି

ଇହାଦେ ମରଣ ଉକିଆଁର୍ ପାସ୍


ହାଏରେ ବାଏବି ଜିବନ ଜଂଜାଲର୍ ଫାସ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract