STORYMIRROR

Dayasagar Dharua

Abstract Others

3  

Dayasagar Dharua

Abstract Others

ଡୁମେର୍ ଫୁଲ୍

ଡୁମେର୍ ଫୁଲ୍

1 min
232

ତୋର୍ ମନେଁ କାଏଁ କଥାଟେ ତ ଅଛେ

ରଖି ନେଇଛୁ ଦମ୍'ସେଇ କରି ତୋର୍ ଭିତରେ

ତୋର୍ ମନର୍ ବହୁତ୍ ଭିତରେଁ


ମୁଇଁ ଦେଖିଛେଁ,

ଲୁକେଇ ନେସୁ ତାକେ ଦିନ ଜାକି

ଢାପି ନେସୁ ତୋର୍ ଭୁରତାଲା ଲେଖେଁ ହଁସିଥିଁ

ନାଇଁ ଆସିଦଉ ତାକେ ଛନେଁ ବି ପଦା କେ


ଆର୍ ବି ଦେଖିଛେଁ,

ଅଂଧାରର୍ ଏକଲାପନ୍ ଥି

ତୋର୍ ଥାବ୍ ନିଁ ଥାଏ

ହେତେବେଲୁ ବଗ୍'ବଗାସି

ମେତାର୍ ଲାଗସି ତୋର୍ ମନେ ଲୁକାଲା ଦରବ୍

କାଏଁ ଦରବ୍ ଜେ-

ଫୁଟ୍'ସି କି ଫଲ୍'ସି କି ପାଆଁଲିସି ଜେ

ହଂଦାଲିଁ ହେସୁ ବେଲ୍ ବୁଡୁନ୍ ସେର୍ ଜେ

ଗୁଟା ରାଏତ୍ ସରି ଜାଏସି


କେତେ ରାଏତ୍ ଘୁଡଘୁଡି ଗଲେନ ଏନତା

ଉସିଂଦ୍ରାର୍ ଉତରେନ୍ ଥିଁ ଜେ

ତାକର୍ ଗନତି ନାଇଁ


ହେଦେ ତ ଫେର୍ ଘାଏ ଲଁହକି ଆଏଲୁ ନ,

''ଆଏଜ୍ ନୁଁ ଗଲା-କେଲ୍ କେ

ଆଏବା-କେଲ୍ ନୁଁ ଆଏଜ୍ କେ"

"ଫୁଲ୍ ନୁଁ ଫଲ୍ ଟେ ବନତ୍-ବନତ୍

ଡାହି ନୁଁ ପତର୍ ଟେ ଝଡତ୍-ଝଡତ୍"

"ଜିବନର୍ ଖେଲ୍ ଥିଁ

କାଲ୍ ନୁଁ କାଲ୍ କେ ଲଁଘୁଥିବାର୍ ବିକାଲ୍ କେ

ମରତ୍ - ଜିଁଅତ୍ - ମରତ୍"

ଇ ଅଦଭୁତ୍ ପ୍ରକ୍ରିୟା କେ ଦେଖତ୍ ଦେଖତ୍


ଫେର୍ ଉସରେଇ ଦେଲୁ

ରାତିର୍ ଏଢେ ଘୁମ୍'ଘୁମ୍ ଅଂଧାର୍ କେ

ଆର୍ ଇଛେନ୍,

ମୁଲ୍ ମୁଲ୍ ହସି ନଉଛୁ ଦିନର୍ ଉକିଆଥିଁ


ଭାବୁଛୁ କିହେ ପତ୍'ତା ହିଁ ନିଁ ପାଏଲେ

ତୋର୍ ଇ ବେ-ହାଲି ହାଲ୍ ର

ଭାବୁଛୁ ସବକର୍-ଉଢାରେ ରାତିର୍-ଅଂଧାରେ

ଉଭେଇ ଦେଲୁ ତୋର୍ ମନର୍ ଜାତନା କେ

ଜେନତା . . . ରାଏତ୍ ଲୁକେଇ ନେସି,

ହଜେଇ ନେସି ସମିଆର୍ ଛୋଟ୍ ଟେ ବିରାମ୍'ଥିଁ 

ପାରିଜାତ୍- ଡୁମେର୍ ଫୁଲକେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract