ଏ ନିଃଶ୍ଵାସ
ଏ ନିଃଶ୍ଵାସ
ଏ ନିଃଶ୍ଵାସ !
ଯେବେ ଯିବୁ
କହିଯିବୁ ଆଗରୁ ମୋ କାନେ
କରିବୁନି ବେଇମାନି ଏ ଶରୀର ସାଙ୍ଗରେ।
ତୋ ବେଇମାନି ପଣକୁ
କିଏ ବା ନ'ଜାଣେ
ତୋତେ ବିଶ୍ଵାସ କରି
ଜନମରୁ କୋଳେଇ
ଧରିଛି ଏ ଶରୀର
ବାନ୍ଧିଛି ଅନେକ ସ୍ନେହ ଅନୁରାଗ ଡୋର।
ଯଦି ତୁ ଦେଇ ଯାଉ ଧୋକା
ଚାଲିଯିବୁ ଅବେଳେ
ଧୋକାବାଜ ନାମ ମୋତେ
ମିଳିଯିବ କାଳେ।
ଏ ନିଃଶ୍ଵାସ!
ତୁ ଯିବା ଆଗରୁ ଥରେ
କହିଗଲେ ମୋତେ
ମେଣ୍ଟାଇବି ସବୁ ଆଶା
ଥିବ ମନେ ଯେତେ ଜିଜ୍ଞାସା।
କାଳେ ଜୀଇଁ ଯିବି ଦିନକରେ
ପୁରା ଜୀବନକୁ
ଭିଜି ଯିବି ଅଦିନ ମେଘର ପାଣିରେ
ତୃଷ୍ଣାତୁର ମନକୁ ଦେବି
ଶାନ୍ତି ପ୍ରେମ ପଞ୍ଚାମୃତର ବୁନ୍ଦାରେ।
ବିତାଇବି ଏକ ରାତି ଜହ୍ନ
ଜୋଛନାର ତଳ୍ପରେ।
ଏ ନିଃଶାସ!ତୁ ଯିବୁ ରିକ୍ତ କରି
ଏ ଶରୀରକୁ
ହେଲେ ତୁ ବୋଧେ ଭୁଲି ଯାଉଛୁ
ତୁ ତ ମୋ ପରିଚୟରେ ଥିଲୁ
ହେଲେ ମୁଁ ଭୁଲିନି ମୁଁ ମୁଁ ନୁହେଁ
ମୁଁ ତ ନିମିତ୍ତ ମାତ୍ର
ତୁ ହିଁ ସାରଥୀ ଏ ଶରୀର ରଥର।