Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ଏ କାଳର ସକାଳ

ଏ କାଳର ସକାଳ

1 min
154


ପୂର୍ବାଶାରେ ଦିଶେ ଉଦିତ ସୂର୍ଯ୍ଯର ଉତ୍ତରଣ 

ସଞ୍ଚରିଯାଏ ନୂତନ ସକାଳର ସମ୍ଭାଷଣ । 

ତାଜା ଖବରରେ ସାଜେ ପୁଣି କେତେ ବିସ୍ଫୋରଣ 

ଭାଗବତର ସଂଭ୍ରମ ଅପଭ୍ରଂଶ ସଂସ୍କରଣ। 


ଆବର୍ତ୍ତନ ର ଗତାନୁଗତିକ ପୁନରାବୃତ୍ତି

ଜୀବନ ଜିଜୀବିଷାର ପୁଣି ବିକଳ ଆବୃତ୍ତି। 

ନୀତି ଅନୀତିରୁ ଉର୍ଦ୍ଧ୍ବରେ ସ୍ବାର୍ଥାନ୍ଧ ରାଜନୀତି

ଆବେଗହୀନ ଦୌଡରେ କି ବସ୍ତୁବାଦୀ ପ୍ରଗତି ! 


 ଧୂମିଳ ଚେତନା ଦିଗବଳୟେ ଭ୍ରମିତ ସ୍ବପ୍ନ

ଈର୍ଷା ପ୍ରତିହିଂସାରେ ବିତେ ନିତ୍ୟ ଆୟୁଷ ଲଗ୍ନ। 

ପ୍ରାପ୍ତି ପରିତୃପ୍ତିର ଉଚ୍ଚାଟ ଆକାଂକ୍ଷାରେ ମଗ୍ନ

ବିବର୍ତ୍ତନ ଛନ୍ଦେ, ମାନବୀୟ ପ୍ରଗତି କି ଭଗ୍ନ ! 


 ତମସାଚ୍ଛନ୍ନ ରଜନୀ ଏବେ ସତଧା ବିଦିଘ୍ନ! 

ଏ କାଳର ସକାଳରେ ଭବ୍ୟ ବିଜୟ ଆଚ୍ଛନ୍ନ। 



Rate this content
Log in

Similar oriya poem from Classics