STORYMIRROR

Trushna Das

Abstract Classics

3  

Trushna Das

Abstract Classics

ମହାନ କିର୍ତ୍ତୀନାମା

ମହାନ କିର୍ତ୍ତୀନାମା

1 min
30

ମନେ ନାହିଁ ତୁମକୁ ତୁମ୍ଭ ପ୍ରାଚୀନ ସୁଧାରା 

ଭୁଲି ଯାଇଛ ତୁମ୍ଭର ପୂର୍ବ ପୁରୁଷଙ୍କ ପରମ୍ପରା 

ମନେ ନାହିଁ ତୁମ୍ଭେ କାହାର ସନ୍ତାନ 

ଭୁଲି ଯାଇଛ ତୁମ୍ଭ ପୂର୍ବ ପୁରୁଷଙ୍କର ମହାନ କିର୍ତ୍ତୀନାମା। 


ଆଜି ଭାରତ ମତା ବସିଛନ୍ତି ହୋଇ ବ୍ୟଥା ମନ

ତୁମ୍ଭେ ସେହି କିର୍ତ୍ତୀମୟୀ ପୂର୍ବପୁରୁଷଙ୍କ ସନ୍ତାନ 

କରି ଚାଳିଛ କୁକର୍ମ 

ଦେଇ ଚିଳିଛ ଜରିମାନା 

ଇଛା ପୁରାଇବାକୁ ମାଳଖାନା

ହରାଇ ବସିଛ ନିଜ ପୂର୍ବପୁରୁଷଙ୍କ କିର୍ତ୍ତୀନାମା। 


ହେ ଯୁବପିଢି ଭୁଲି ଯାଇଛ ମହାନ କିର୍ତ୍ତୀନାମାକୁ

ଗ୍ରାସ କରିଛି ତୁମ୍ଭଙ୍କୁ ଲୋଭ ପ୍ରେତ

ଭୁଲି ଯାଇଛ ନିଜ ଅଭୀଷ୍ଟଙ୍କୁ

ଲୋଭରେ କରି ଚାଳିଛ ଅନିଷ୍ଟ

ଖେଦ ଦେଇ ଚାଳିଛ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଓ ଭାରତମାତାଙ୍କୁ। 


ତୁମ୍ଭ ପୂର୍ବପୁରୁଷ ବୁହାଇ ଥିଲେ କେତେ ସ୍ୱେଦ

କେତେ ଯେ ସହି ଥିଲେ ସେମାନେ ଖେଦ

ଆଣି ଥିଲେ ତୁମ୍ଭ ପାଇଁ ସ୍ୱାଧୀନତାର ପରିଚୟ

ହେଲେ କୁକର୍ମ କରି ତୁମ୍ଭେ ଲଗାଇଛ ସେହି ମହାନ କିର୍ତ୍ତୀନାମାରେ କଳଙ୍କର ପରିଚୟ। 


ଆଜି ତୁମ୍ଭ ପୂର୍ବପୁରୁଷ ଅପେକ୍ଷା କରିଛନ୍ତି ନିସ୍ତାର ଲାଭ କରିବାକୁ 

ଭାରତମାତା ଅପେକ୍ଷା କରିଛନ୍ତି ଫେରି ପାଇବାକୁ ନିଜର ସେଇ ମହାନ କିର୍ତ୍ତୀନାମା ପରିଚୟକୁ।


ମନେ ପକାଅ ତୁମ୍ଭ ପୂର୍ବପୁରୁଷଙ୍କ ମହାନ କିର୍ତ୍ତୀନାମାକୁ

ତ୍ୟାଗ କର ଦୁଷ୍କୃତ କର୍ମକୁ, ମାୟାଚେରକୁ

କରି ଚାଳ ନିଜ କର୍ତ୍ତବ୍ୟ ଓ କର୍ମ ଖୁସି ଚିତ୍ତେ 

ଉର୍ଦ୍ଧଗାମୀ କର ସେହି ମହାନ କିର୍ତ୍ତୀନାମାକୁ ନିଜ ହସ୍ତେ।


Rate this content
Log in

Similar oriya poem from Abstract