ବୁଝାମଣା
ବୁଝାମଣା


ଛୋଟ ମୋଟ ଅବହେଳା
ଭାରିପଡେ ଆଜିକାଲି
ପ୍ରତ୍ୟେକ ନିଜେ ନିଜକୁ
ଦର୍ପଣେ ଦେଖି କୁହ ବୁଝିଗଲି
ଭଲପାଇବାର ଅର୍ଥ ନୁହେଁ ସ୍ୱାର୍ଥ
ସ୍ୱାର୍ଥ ସର୍ତ୍ତ ଦୁରେଇ ହସ ଖୋଲି
ରଙ୍ଗ କୁ ଭଲପାଇ ଜୀବନ ର ମାନେ
ଯଦି କିଏ କହେ ବୁଝିଗଲି
ନିଶ୍ଚୟ ସେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ
ହସ ଦେଖିଛନ୍ତି ଖିଲି ଖିଲି
ତିଥି ନକ୍ଷତ୍ର ଓ ନବଗ୍ରହ
ତାଙ୍କ ବାଟେ ସିଏ ଚାଲି ଚାଲି
କେବେ କି ଯାଆନ୍ତି ବାଟଭୁଲି?
ପ୍ରେରଣା ର ସ୍ୱଚ୍ଛତା ଓ ସଫଳତା
ଭିତରେ କହିବାକୁ ହେବ ଜିତିଗଲି
ଅସ୍ଥିର ମଣିଷ ଖୋଜେ ସ୍ଥିର ଭଗବାନ
ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ପଚାରୁ
ଭୁଲି ନଯାଇ ଦିଅ ହୃଦୟ ଖୋଲି ।