STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଅପା ମୋ ଅପା

ଅପା ମୋ ଅପା

1 min
27

ଅପା ମୋ ଅପା

ବାସ ଚନ୍ଦନ ଟିପା

ଅପାଶୋରା ତା ସ୍ନେହ ଶରଧା

ଝାଇଁକି ଝୁମ୍ପାଝୁମ୍ପା

ଅପା ମୋ ଅପା ।


ଖେଳାଉ ଥିଲା ବୁଲାଉ ଥିଲା

ଯେବେ ମୁଁ ଛୋଟ ଥିଲି

କଳି ଝଗଡ଼ା କଜିଆ କରି

ନିମିଷେ ଯାଉ ଭୁଲି

ବାନ୍ଧି ଦିଏ ମୋ ହାତରେ ରାକ୍ଷୀ

ସ୍ନେହ ମମତା ଡୋର

ଖୁଦୁରୁକୁଣୀ ଓଷା କରେସେ

ଶୁଭ ମନାସି ମୋର

କଥାରେ ଦିଏ ଦୁଃଖ ଭୁଲେଇ

ରାଗିଲେ ହୁଏ ଖପା

ଅପା ମୋ ଅପା ।


ନାହିଁ ତା ଛନ୍ଦ  ନାହିଁ କପଟ

ହସହସ ତା ମୁହଁ

ରୁପେଲି ଜହ୍ନ  ସୁନେଲି ମନ

ମଣି ମୁକୁତା ଖିଅ

ସେଇଥି ପାଇଁ ସଭିଙ୍କ ମନ

ପାରିଛି ସିଏ ଜିଣି

ଶାଶୁ ଶଶୁର ନଣନ୍ଦ ଯାଆ

କଥାରେ ତଙ୍କୁ କିଣି  

ପାଠୋଇ ଝୀଅ ସାଠୋଇ ବୋହୂ

ଭାରି ଖୁସି ମୋ ବାପା

ଅପା ମୋ ଅପା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics