କୃଷ୍ଣଙ୍କ ପ୍ରେୟସୀ ଜଣେ
କୃଷ୍ଣଙ୍କ ପ୍ରେୟସୀ ଜଣେ
ସନ୍ନ୍ୟାସିନୀ ସାଜି ଘୂରି ବୁଲୁଛି ମୁଁ
ତୁମରି ପ୍ରେମରେ ପଡ଼ି ,
ରାଜ ସୁଖ ଶିରୀ ତୁଚ୍ଛ ମଣୁଅଛି
ତୁମରି ସାନିଧ୍ୟ ଲୋଡ଼ି ।
ଶୁଣୁଅଛି କେତେ ଲୋକ ଅପବାଦ
ସେଥିକୁ ନାହିଁ ମୋ ଧ୍ୟାନ ,
ତୁମେ ମୋର ସଖା,ପରମ ବାନ୍ଧବ
ଲୋଡ଼େ ତବ ଆଲିଙ୍ଗନ ।
ଘେନାକର ମୋର ଭକ୍ତି ନଇବେଦ୍ୟ
ମୋହନ ମୁରଲୀ ଧାରୀ ,
ଦିଅ ଦରଶନ ସକଳ ସନ୍ତାପ
ମୋ ଜୀବନୁ ଯାଉ ସରି ।
ତୋଳି ନିଅ ତୁମ ବାହୁ ଡୋରେ ନାଥ
ଦିବ୍ୟାନନ୍ଦେ ଯିବି ମଜ୍ଜି ,
ଧରିନେବି ମୋର ଅମୂଲ୍ୟ ସମ୍ପତ୍ତି
ପାଇଅଛି ବୋଲି ଖୋଜି ।
ତୁମରି ମନକୁ ତୋଷ କରିବି ହେ
ନୃତ୍ୟ,ସଙ୍ଗୀତର ତାନେ ,
ଦୁନିଆ ଆଗରେ ଖୋଲି କହିବି ମୁଁ
କୃଷ୍ଣଙ୍କ ପ୍ରେୟସୀ ଜଣେ ।