STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଚନ୍ଦନ ଚକଡାଲୁହ ଗଡାଇଲା

ଚନ୍ଦନ ଚକଡାଲୁହ ଗଡାଇଲା

1 min
61

ଚାପ ଖେଳ ଦେଖି ପାପ ଧୋଇବାକୁ

ରହିଥିଲି ପ୍ରଭୁ ଚାହିଁ

କାଳର କୋପରେ ଖେଳିବାକୁ ଚାପ

ତୁମେତ ଆସିଲ ନାହିଁ

ହେ ମଧୁସୂଦନ ମୋ ଜୀବନେ କେବେ

ଏ ଦିନ ମୁଁ ଦେଖି ନାହିଁ

ଝୁରିଲି ମୁଁ ଚାହିଁ ଚାହିଁ ।


ଚନ୍ଦନ ଚକଡା ଲୁହ ଗଡାଇଲା

ଝୁରିଲା ନରେନ୍ଦ୍ର ପାଣି

ନନ୍ଦା ଆଉ ଭଦ୍ରା ଚାହିଁ ରହିଥିଲେ

କାହିଁ ଗଲେ ନୀଳ ମଣି

ସୁବର୍ଣ୍ଣ ପୁରରେ ପାତାଳି ହୋଇନ

କାଙ୍କଣ ଶିଖରି ତୁମେତ ଯାଇନ

କୁହ ଚକାଡୋଳା ଏକି ତୁମ ଲିଳା

ଚାପକୁ ଆସିଲ ନାହିଁ

ତୁମକୁ ରହିଲି ଚାହିଁ ।

                  

ବାଜଣା ବାଇଦ ସବୁ ନିଶବଦ

ବଡଦାଣ୍ଡ ଖାଲିଖାଲି                         

ମଣିବିମାନରେ ମଦନ ମୋହନ

ଆସିଲେନି ଝୁଲିଝୁଲି

ନାହିଁ ରକ୍ତବାହୁ ନାହିଁ କେଶୁଦାସ

ଅଶରୀରି ପରେ ଆଜି ତୁମ ରୋଷ

ଦେଉଳ ଭିତରେ ଚନ୍ଦନ ହେଲାଲୋ

ଭାବର ଭଉଁରୀ ପାଇଁ

ଦେଖି ମୁଁ ପାରିଲି ନାହିଁ ।


Rate this content
Log in

Similar oriya poem from Classics