ଚନ୍ଦନ ଚକଡାଲୁହ ଗଡାଇଲା
ଚନ୍ଦନ ଚକଡାଲୁହ ଗଡାଇଲା
ଚାପ ଖେଳ ଦେଖି ପାପ ଧୋଇବାକୁ
ରହିଥିଲି ପ୍ରଭୁ ଚାହିଁ
କାଳର କୋପରେ ଖେଳିବାକୁ ଚାପ
ତୁମେତ ଆସିଲ ନାହିଁ
ହେ ମଧୁସୂଦନ ମୋ ଜୀବନେ କେବେ
ଏ ଦିନ ମୁଁ ଦେଖି ନାହିଁ
ଝୁରିଲି ମୁଁ ଚାହିଁ ଚାହିଁ ।
ଚନ୍ଦନ ଚକଡା ଲୁହ ଗଡାଇଲା
ଝୁରିଲା ନରେନ୍ଦ୍ର ପାଣି
ନନ୍ଦା ଆଉ ଭଦ୍ରା ଚାହିଁ ରହିଥିଲେ
କାହିଁ ଗଲେ ନୀଳ ମଣି
ସୁବର୍ଣ୍ଣ ପୁରରେ ପାତାଳି ହୋଇନ
କାଙ୍କଣ ଶିଖରି ତୁମେତ ଯାଇନ
କୁହ ଚକାଡୋଳା ଏକି ତୁମ ଲିଳା
ଚାପକୁ ଆସିଲ ନାହିଁ
ତୁମକୁ ରହିଲି ଚାହିଁ ।
ବାଜଣା ବାଇଦ ସବୁ ନିଶବଦ
ବଡଦାଣ୍ଡ ଖାଲିଖାଲି
ମଣିବିମାନରେ ମଦନ ମୋହନ
ଆସିଲେନି ଝୁଲିଝୁଲି
ନାହିଁ ରକ୍ତବାହୁ ନାହିଁ କେଶୁଦାସ
ଅଶରୀରି ପରେ ଆଜି ତୁମ ରୋଷ
ଦେଉଳ ଭିତରେ ଚନ୍ଦନ ହେଲାଲୋ
ଭାବର ଭଉଁରୀ ପାଇଁ
ଦେଖି ମୁଁ ପାରିଲି ନାହିଁ ।