STORYMIRROR

DHARITRI SAHU

Tragedy Inspirational

3  

DHARITRI SAHU

Tragedy Inspirational

ଦୁଇଟୋପା ଲୁହ

ଦୁଇଟୋପା ଲୁହ

1 min
166

ହାୟେ"ରେ ମଣିଷ ଦିବ୍ୟ ବୁଦ୍ଧି ପାଇ -

ଅମଣିଷ କାହିଁ ହେଉ,

ହିଂସା ଆଚରଣେ ନିଜ କ୍ଷତି କରୁ 

ମନକୁ ବୁଦ୍ଧିଆ କହୁ।

ଭାରତ ମାତାର ଦୁଇ ଟୋପା ଲୁହ

କୋଟି କୋଟି ଦେହ ଲହୁ,

ଦେଇ କି ପାରିବୁ ତା ଲୁହର ମୂଲ୍ୟ

କ୍ଷତାକ୍ତ କିମ୍ପାଇଁ କରୁ।

ହିଂସା ପଥେ ଯାଇ କା ଯଶ ରହିଛି

କଳା ଇତିହାସ ରଚୁ,

ଭାରତର ସ୍ବର୍ଣ୍ଣ ଇତିହାସ ବୁକେ

କଳଙ୍କ କାଳିମା ଲେପୁ।

ତୋ ପୂର୍ବ ପୁରୁଷ ତ୍ୟାଗ ବଳିଦାନ

ଗୀତି ଗାଏ ସାରା ବିଶ୍ୱ,

ତାହାରି ଦାୟାଦ ହୋଇ ଆଜି ବାନ୍ଧୁ

ନିଜ ଗଳେ ନିଜେ ଫାଶ।

ଘର ଖଣ୍ଡେ କରି ଦେଇ ପାରିବୁନି

ଶହ ଶହ ଘର ଜାଳୁ,

ଦାନା ମୁଠେ କେବେ କାହାକୁ ଦେଇନୁ-

ପେଟକୁ ଗୋଇଠା ମାରୁ।

କେତେ ଯେ ପିଲାଙ୍କୁ ଅନାଥ କରିଛୁ

ପୋଛିଛୁ ସିନ୍ଥୁ ସିନ୍ଦୂର,

ଅହଂକାର ତୋତେ ଟାଣୁଛି ତଳକୁ

କାଟିଦେଉ ସବୁ ଡୋର।

ଦେଶର ସମ୍ପତ୍ତି ତୋହରି ଟିକସ

ପାଣି ପିଇଲେ ବି ଦେଉ,

ସର୍ବନାଶ କରି ବାହା ବାହା ନେଉ

ଦିଗୁଣେ ଭରିବୁ ସେହୁ।

ହୃଦୟେ ଲୁଚିଛି ଦିବ୍ୟତା ତୋହର

ଅନ୍ତରକୁ ଥରେ ଶୁଣ,

ସମସ୍ତଙ୍କ ଦେହେ ଗୋଟିଏ ରକତ

ନୀଳ ,ଧଳା ନୁହେଁ ପୁଣ।

ମହାଭାରତର ଶେଷ ପରିଣତି

କାହା ପାଇଁ ଶୁଭ ନୁହେଁ,

କରୁଣତାର ସେ ଆର୍ତ୍ତଚିତ୍କାର ତ

 କର୍ଣ୍ଣେ ପ୍ରତିଧ୍ୱନୀ ହୁଏ।

ବେଳୁ ନ ଜଗିଲେ ଭାରତର ନଦୀ

ରକ୍ତନଦୀ ସବୁ ହେବେ,

ଶକୁନିକୁ ଚିହ୍ନି ନାଶ ନ କରିଲେ

ପିତା ଯିବେ ପୁତ୍ର ଶବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy