STORYMIRROR

Bijay Prusty

Tragedy

4  

Bijay Prusty

Tragedy

ଦୁଇଟି ବିନ୍ଦୁ ଲୁହ

ଦୁଇଟି ବିନ୍ଦୁ ଲୁହ

1 min
301


ହୋଇ ପାରନ୍ତିକି ତୁମ ଆଖିର

ଦୁଇଟି ବିନ୍ଦୁ ଲୁହ

ନିଶାର୍ଦ୍ଧର କେଉଁ ନିର୍ଜନ ପ୍ରହରେ

ଝର ଝର ହୋଇ ଝରି ଯାଆନ୍ତି

ଶୁଖାଇ ଦିଅନ୍ତି ଦୁଃଖ ନଈର ସୁଅ ।

ସାଜି ପାରନ୍ତିକି ନିଳକଣ୍ଠ ମୁଁ

ତୁମ ବ୍ୟଥାର ହଳାହଳ ସବୁ

ଅମୃତ ସମ ମନ ଆନନ୍ଦେ ପିଇ,

ଦେଖାଇ ଦିଅନ୍ତି ସାରା ଦୁନିଆଁକୁ

ଜହର ସବୁର ଜ୍ୱାଳା ଯନ୍ତ୍ରଣା ସହି

ରହିଛି ରହିବି ଜୀଇଁ,

ଯେତେଦିନ ଯାଏ ଶୁଖାଇ ପାରିନି

ତୁୁମର ଏ ଦୁଇ ଆଖି କୋଣରୁ

ବ୍ୟଥାର ଭରା ନଈ ।

ସତକରି ଆଜି କହୁଛି ତୁମକୁ ସଖୀ

ସବୁ ସହିପାରେ, ସହି ପାରିବିନି

କେବେ ଯଦି ଦେଖେ ଆଖିକୁ ତୁମର

ଖଣ୍ଡ ଖଣ୍ଡ କଳା ବାଦଲ ଦେଇଛି ଢାଙ୍କି,

ଯେଉଁ ଆଖି କୋଣେ ବିଜୁଳି ଚମକେ

ସେହି ଆଖି କୋଣୁ ଝରଝର ହୋଇ

ଅଶ୍ରୁ ପଡୁଛି ଖସି ।

ସତ କରି ଥରେ କୁହ

ମୁଁ କଣ କେବେ ହୋଇ ପାରିବିନି

ତୁମ ଆଖିର ଦୁଇଟି ବିନ୍ଦୁ ଲୁହ ?

ତା ଯଦି ନହୁଏ

ତୁମ ଆଖିର ସବୁତକ ଲୁହ

ମୋ ଆଖିରେ ଭରିଦିଅ ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy