ଦୁଃଖକୁ ଲୁଚାଇବାକୁ ପଡିବ
ଦୁଃଖକୁ ଲୁଚାଇବାକୁ ପଡିବ
ଜୀବନରେ ବେଳେ ବେଳେ ବିତିଲା
ଅତୀତ ମନେ ପଡ଼ି ଯାଏ
ସଜଡ଼ା ସଂସାରକୁ ଉଜୁଡ଼ାଇବା ପାଇଁ
ସବୁବେଳେ ଚେଷ୍ଟା ହୁଏ ।
ଦୁଃଖ ଆସିଲେ ଝରି ଯାଏ ଲୁହ ମାନେନି
କେବେ କାହାର ବାଧା
କିଛି ସୁଖରେ ମଧ୍ୟ, ବହେ ଆନନ୍ଦାଶ୍ରୁ ହୋଇ
ତାହା ତ ପ୍ରକୃତ୍ତିଦତ୍ତ ଶ୍ରଦ୍ଧା ।
ଦୁଃଖ ପରସ୍ଥିତି ଯେବେ ଉପସ୍ଥିତ ହୁଏ
ଲୁହ ବହେ ଆପେ ବହୁତ
ହସକୁ ଲିଭେଇ ଦେଇ ଲୁହ ମନଟାରେ
ଭରେ କେତେ ଆହତ ।
ଏକାନ୍ତରେ ଯେତେ ବେଳେ ଝରକା ପଟେ
ଚାହେଁ ଶରୀରର ଆଖି,
ସାରା ସଂସାରକୁ ବୁଝିପାରେ ତାହା ଯାହା
ଘଟେ ତାହା ସବୁ ଦେଖି ।
ଦୁଃଖରେ ଭାଙ୍ଗି ପଡିଲେ ଦୁର୍ବଳତା ପଶେ,
ଚଲାପଥେ ହୁଏ ବାଟବଣା
ଅଜଣା ରାଇଜରେ ବିଚରଣ କରି ଭୂଲି
ଯାଏଁ ନିଜ ପରିଚୟ ଠିକଣା ।
ସାହାସ ରହିଲେ ଜୀବନ୍ୟାସ ପରି ମନରେ
ଆସଇ ସହିବାର କଥା
ସେ ପରସ୍ଥିତିରେ ହୃଦୟରେ ବଳ ଦେଇ
ପାରେ ଅକୁହା ଭରସାର ଗାଥା ।
ସମସ୍ତ ଇଛା ତ ପୂର୍ଣ୍ଣ ହୁଏ ନାହିଁ, ଦୁଃଖ ତ
ଆସିବ, ସହିବାକୁ ତାକୁ ପଡିବ
ଆଖି କହିପାରେ ମନର ଭାଷାକୁ, ତେଣୁ
ବେଦନାକୁ ଲୁଚାଇବାକୁ ପଡିବ ।
