STORYMIRROR

Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ଦୁଃଖ

ଦୁଃଖ

1 min
224


ଦୁଃଖ ସବୁକୁ ପିଇଦେଇ ଆକଣ୍ଠ 

ଯଦିଓ ନୁହେଁ ନୀଳକଣ୍ଠ 

ଜାଣିଲି ଦୁଃଖ ର ରଂଗ ଆଉ ସ୍ୱାଦ 

ଖାଲି ପାଣିଚିଆ ପେଜୁଆ 

ଥାଏ ଖାଲି ଟିକେ ଲୁହ 

ଆଉ ଢୋକେ କୋହ 

ଦୁଃଖ ଶଗଡ଼ିରେ 

ସଂସାର ହାଟରେ 

ବଳଦ ର ନଥାଏ ଭାଉ 

ମଣିଷଟା ଏଠି ବଳଦ ସାଜିଛି 

ଯିଏ ବି ଯାହା ବୋଲି ତାହା କହୁ 

ଦୁଃଖ ଦରିଆରେ ଦଦରା ନାଆ ରେ 

ଆହୁଲା ଖୋଜି ଅସାର 

ବରଷା କୁ ଡର, ସାତ ଋତୁ ତ ବହୁତ ଦୂର 

ଦୁଃଖ ଦେଖିନାହିଁ ନୀଳସମୁଦ୍ରକୁ 

ଦୁଃଖ ଲେଖେନାହିଁ ସାହିତ୍ୟ କବିତାକୁ 

ତଥାପି ସେ ବୁଝେ ସବୁ 

ଢୋକେ ପିଇ ଦଣ୍ଡେ ବଂଚିବାକୁ 

ମାଗେ ରାହା ସାହା ଆହା 

ଦୁଃଖର ନାହିଁ ଜନମଦିନ 

ଦୁଃଖର ପାହେନା ରାତି 

ନିଶବ୍ଦ ରାତିରେ ଦେହରେ ମନରେ 

ଅନେକ ଆଶାର ତାତି 

ସବୁଠାରୁ ବଡ଼ ଭୋକର ଦାଉ 

ସମୟ କୁଆଡେ ଯାଉଛି ଯାଉ 

ଭାତର ବାମ୍ଫରେ ଗଡୁଥିବା ଲୁହ 

ମିଞ୍ଜି ମିଞ୍ଜି ଆଲୁଅରେ 

ଦିଶୁଥାଏ ଦାଉ ଦାଉ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract