STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଦୁଃଖ

ଦୁଃଖ

1 min
231



ଆଖିର ଲୁହରେ ଛାତିର କୋହରେ

ଯେଉଁ ଶବ୍ଦ ଝରିଆଏ।

ଗୀତ ହୋଇ ଯେବେ କାଗଜେ ଉତୁରେ

ପ୍ରତି ମନ ଛୁଇଁଯାଏ।


ଦୁଃଖର ବେଦନା ଯେବେ ସ୍ରବିଯାଏ

ଗିତ ସୁର ବାଦ୍ୟ ହୋଇ।

ସଭିଙ୍କ ହୃଦୟେ ସଂଚରି ଯାଏ ସେ

ଆହା ପଦ ଭରିଦେଇ।


ଝରିଯାଏ ଯଦି ଆଖିର ଲୋତକ

ଭାଙ୍ଗିଯାଏ ଯେବେ ମନ।

ହା ହୁତାଶରେ ଜୀବନ ବିତଇ

କୋଉଠି ନ ଲାଗେ ମନ।


ସେତେବେଳେ ଯେଉଁ କବିତା ଉତୁରେ

କବି ହୃଦୟ ସନ୍ଧିରୁ।

କେହି ତାର ଭାବ ବୁଝୁକି ନବୁଝୁ

ସଂଚରେ ଆତ୍ମା ସନ୍ଧିରୁ।


ପଥର ସହିଲେ ନିହଣର ଚୋଟ

 ମୂର୍ତ୍ତିଟିଏ ରୂପ ପାଏ।

ଦୀପଟେ ସହିଲେ ଜଳିବାର କଷ୍ଟ

ଆଲୋକ ବିତରିଥାଏ।


ଦୁଃଖ ନ ସହିଲେ ସମର୍ଥ କେ ନୁହେଁ

କିଛି ଦାନ ଦେବା ପାଇଁ।

ସାଗର ସହିଲେ ସୂର୍ଯ୍ୟଙ୍କ ଦହନ

ମେଘଟି ସୃଷ୍ଟି ହୁଅଇ।


ତେଣୁ ଯେତେ ଦୁଃଖ ମିଳିଲେ ବି ସୁଖ

ମନେ ମୋର ଦୁଃଖ ନାହିଁ।

ଜଳିଜଳି ଯଦି କିଛି ଦେଇଯାଏ

ଜଗତର ହିତ ପାଇଁ।



Rate this content
Log in

Similar oriya poem from Tragedy