STORYMIRROR

Gangotri Priyadarshini

Tragedy

3  

Gangotri Priyadarshini

Tragedy

ଶୀତର ଗୀତ

ଶୀତର ଗୀତ

1 min
208


ରାଜ ରାସ୍ତା କଡେ ଦିଶି ଯାଏ ଯେବେ

ନିର୍ଜନ ସ୍ଥାନରେ ଫୁଙ୍ଗୁଳା ଦେହରେ ଶୀତ ର ଗାଥା

ଚାଖଣ୍ଡେ ପେଟକୁ ସଂସାର ବେଦନା

ଟାଣି ଆଣିଛିକି ଦରିଦ୍ର ବ୍ୟଥା 

ଟାୟାର ନିଆଁ ରେ ଡରି କି ଛାଡ଼ିବ

କୀଟ ପତଙ୍ଗ ଔଦ୍ଧତ୍ୟ ହାଡ଼ ଭଙ୍ଗା ଜାଡର ମାୟା ।


କିଛି ଦୂର ଗଲେ କାଲୁଆ ପବନ

ବୁଣି ଦେଇଯାଏ ଅତର ବାସ୍ନା

ପତଳା ପୋଷାକ ଆକୃଷ୍ଟ ପାଇଁକି

ନ ଢାଙ୍କି ଅପେକ୍ଷା ତୃତୀୟ କାୟା

ନିଜର କେ ତାର ,ନିଜର ସେ କା ' ର

କେହି କି ବୁଝିବେ ଭିକ୍ଷା ବୃତ୍ତି ଠାରୁ ଶତ ଗୁଣ

ଶ୍ରେୟ ମଣି ବିକେ ନାରୀ ଶରୀର ଛାୟା ।


ମୋଟର ଗାଡ଼ିର ଆଗରେ ଦଉଡେ

ଉପର ଆକାଶେ ଜହ୍ନ ମାରଇ ଡ଼ିଆଁ

ହାତ ପାତିି ଦେଲେ ଧରା କି ସେ ଦିଏ

ବାଦଲ ଉହାଡେ ହସି ଲୁଚି ଯାଏ

ଏମିତି ଗୁଣ ତା ନିତି ଦିନିଆ 

ନିତି ରାତି ଝୁରେ କଳ୍ପନା ବିଳାସୀ ଜହ୍ନର ଉଷୁମ ଛୁଆଁ ।


ନିବୁଜ କୋଠରୀ ବିଦେଶୀ କମ୍ବଳ

ନୀଳ ଆଲୁଅର ନୂଆ କାହାଣୀ

ମୁହଁ ଢାଙ୍କି ଦେଇ ନିତି କାନ୍ଦୁଥାଇ

ଦୂର ଦେଶୀ ସାଥି ଅପେକ୍ଷାରେ ତାର ଘରଣୀ ରାଣୀ ।


ଗରିବ ସହୁଛି ଧନୀ ବି ସହିବ

ଋତୁ ଚକ୍ର ଧାରେ ଶୀତ ପ୍ରକୋପ

ମାଘ ଚାଲିଯିବ ଫାଲଗୁନ ଆସିବ

ଶୀତ ଭେଟି ଦେବ ନାନା ରଙ୍ଗେ ଭରା ରଙ୍ଗୀନ ଗୀତ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy