STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଦୁଃଖ ଯାଇଥାନ୍ତା ଚାଲି

ଦୁଃଖ ଯାଇଥାନ୍ତା ଚାଲି

1 min
248


ଆଜିକାଲି ଆମ ପରିବାର ମଧ୍ଯେ

   ଏମିତି ସଂସ୍କୃତି ଆସି

କର୍ମ ସଂପାଦନ କରାଇ ଚାଲିଛି

   ମହାଦୁଃଖ ପରି ଅସୀ।୧

ନାରୀ ସମାଜରେ ନିଜକୁ ବୁଝେନି

   କରୁଥିବା ଅପକର୍ମ

ପୁରୁଷକୁ ସଦା ଫସାଇ ମାରୁଛି

   ଭାବେ ଏହା ତାର ଧର୍ମ।୨

ରୂପର ମୋହରେ ଆକୃଷ୍ଟ କରୁଛି

   ଫେସବୁକ୍ ମାଧ୍ଯମରେ

ପ୍ରେମ ଜରଜର ହୃଦୟରେ ଥୋଇ

   ବିବାହ ଆଜି ସଂସାରେ।୩

ଘର ପରିବାର ଜାତି ଅବା ଧର୍ମ

   ଜାଣିବା ଚାହାନ୍ତି ନାହିଁ

ନିଜେ ବୁଢା଼ ଅବା ବୁଢୀ ହେଲେ ସୁଦ୍ଧା

   କାମନାରେ ଯାଏ ଧାଇଁ।୪

ପରସ୍ପର ଯେବେ ବିବାହ କରନ୍ତି

   ସତ୍ଯତା ପଦାକୁ ଆସେ

ଘର ପରିବାର ବିରୋଧ ପାଇଁକି

   ମୁଣ୍ଡେ ଥୋଇ ହାତ ବସେ।୫

ଚଳି ପାରନ୍ତିନି ଘରୁ ପଳେଇକି

   ରହନ୍ତି ସହରେ ଯାଇ

ରୋଜଗାର ବିନା ଅଭୁକ୍ତ ସେ ଦୁହେଁ

   ନିତି କଳିଗୋଳ ହୋଇ।୬

ପତ୍ନୀ କହୁଥାଏ ରୋଜଗାର କର

   ବାହାରେ ଯାଇକି ତୁମେ

ସ୍ବାମୀ ବି କହଇ ତୁମେ ରୋଜଗାର

   ମୋ' ପାଇଁ କରୁନ ଧାମେ?୭

ପରସ୍ପର ଦୁହେଁ କଳି ତକରାଳ

   ହେବାରୁ ଘରକୁ ଆସେ

ଦାରିଦ୍ର୍ଯତା ପଛେ ଗୋଡା଼ଇ ଦୁ଼ହିଁଙ୍କୁ

   ଆଖିରେ ଲୁହ ହିଁ ଭାସେ।୮

ପ୍ରେମ ଜରଜର ହେଉଥିଲେ ଦିନେ

   ଏବେ ଖାଲି କଳିଗୋଳ

ରୋଜଗାର ବିନା କଥା ନ ହୁଅନ୍ତି

   ଦାରିଦ୍ର୍ଯ କରିଛି ଭୋଳ।୯

ବେଳଥାଉଁ କେହି ସଜାଗ ଯଦିରେ

   ହୋଇଥାନ୍ତେ ଆଜିକାଲି

ସମୃଦ୍ଧି ସହିତ ସନ୍ତୋଷ ଥାଆନ୍ତା

   ଦୁଃଖ ଯାଇଥାନ୍ତା ଚାଲି।୧୦

       


Rate this content
Log in

Similar oriya poem from Abstract