ଦୁଃଖ ତୁମେ ଜାଣନା
ଦୁଃଖ ତୁମେ ଜାଣନା
ସମସ୍ତ ଦୁଃଖର ଯନ୍ତ୍ରଣା
ଜମାଟ ହେଲାଣି ଏ ହୃଦୟରେ
ଅନେକ ଭାବନା ପରେ ବି
ଆସେନା କବିତା,
କିଏସେ କେଜାଣି ହୋଇଛି ଠିଆ
କଲମର ମୁନ ସମ୍ମୁଖରେ,,,,,,।
ଭାବି ପାରେନା ମୁଁ ଅନେକ ଚିନ୍ତାରେ
ତୁମେ ନୁହଁ ତ ସେହି ଦିନର ପ୍ରତୀକ୍ଷା
ଯେଉଁ ଦିନୁ ମୁଦ୍ରିତ ଅଛି
ଏ ହୃଦୟର ଜ୍ୱାଳା ମୁଖ,,,,,,।
ନିଶ୍ଚୟ ଚାଲିବ କଲମ
ଯେବେ ତୁମେ ଉଦଭାଷିତ ହେବ
ଆଗ୍ନେୟଗିରିର ଲାଭା ପରି ମୋ
ସାହିତ୍ୟର ପାହାଡ଼ରେ,,,,,,,।
ଦୂରେଇ ଯାଇଛ ତ ଯାଅ ତୁମେ
ସେଥିପାଇଁ ଦୁଃଖ ନାହିଁ ତିଳେ
ଫେରିବ ତ ତୁମେ ପଥଚାରୀ ହୋଇ
ଭାଷାର ରାଜ ରାସ୍ତାରେ,,,,,,,।
ଫେରିବା ପଥକୁ ଚାହିଁ ବସିଅଛି
କାହିଁ କେତେ ଦିନୁ କଲମ ଧରି,,,,।
ଆଖିରୁ ଦୂରେଇ ଗଲେ
କବିତା କି ଆସେ ଭାବନାର ପରିସରେ
ତୁମେ ତ ଦୂର, ମୁଁ ବି ଦୂର
କେମିତି ଆସିବ କବିତା ଏ ଭାବନାର
ଏତିକି ଜାଣନା ତୁମେ ମୁଁ ଯେ ତୁମର
ଏ ବିରହ ବ୍ୟଥାରେ ପ୍ରିୟା
ଦୋହଲି ଯାଏ ହୃଦୟ ମୋର।।

