STORYMIRROR

Subha Narayan Swain

Romance

3  

Subha Narayan Swain

Romance

ଏଵେ ପ୍ରେମ କେମିତି କରିବା କହ ଚକ୍ରଧର

ଏଵେ ପ୍ରେମ କେମିତି କରିବା କହ ଚକ୍ରଧର

1 min
163

ସତର ମାସ ପରେ ବି ଏଵେ କମିଲାନି କରୋନାର କୋକୁଆ ଭୟ

ଟୀକା ଆସିଲା ପରେବି ଥମିଲାନି ମୃତ୍ୟୁର ତାଣ୍ଡବ ଲୀଳା 

ଏଵେ ପ୍ରେମ କେମିତି କରିବା କହ ଚକ୍ରଧର,

ଏଵେ ପ୍ରେମିକାତ ଦୂରେ ଥାଉ ନିଜ ଲୋକଙ୍କ ପାଖକୁ ଯିବାକୁ ଲାଗୁଛି ଡର ।। 


ଏବେ ପ୍ରେମ ପାଇଁ ଅଘୋଷିତ କର୍ଫ୍ୟୁ

ଏଵେ ଖାଲି ଉଜୁଡା ସକାଳ ଓ ଉଜୁଡା ସଞ୍ଜର ଚିତ୍ର 

ସବୁଠି ଫଟା କପାଳ

କଫିନ୍ ପାଇଁ ନିଅଣ୍ଟ ପଡୁଛି ଜାଗା

ଶ୍ମଶାନରେ ଏଵେ ଲିଭୁ ନାହିଁ ଚିତା ।।


ଏଵେ ସବୁଠି ସନ୍ଦେହର ଆଖି

ଭୂତାଣୁ ସଂକ୍ରମଣର ଭୟ

ଏଵେ ପ୍ରେମ କେମିତି କରିବା କହ ଚକ୍ରଧର !


ସତର ମାସ ହେଲାଣି

ଜୁମ୍ ଆଉ ଗୁଗଲ୍ ମିଟରେ ପ୍ରେମିକା ଦେଖାଉଛି ମୁହଁ

ଇମୋଜିରେ ଆଲିଙ୍ଗନ ଇମୋଜିରେ ଚୁମ୍ବନ 

ଏମିତିରେ କଣ ଚାଲିଥିବ ପ୍ରେମ !


ଏବେ କେମିତି ପ୍ରେମ କରିବା କହ ଚକ୍ରଧର

ଏଵେ କେମିତି ପ୍ରେମ କରିବା କହ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance