Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

4.0  

kahnu charan sahu

Romance

ତୁମେ

ତୁମେ

1 min
163



ତୁମେ 

ହୃଦୟର କେଉଁ ଏକ 

ନିବୃତ କୋଣରେ ରହିଛ

ସାଇତା ହୋଇ ।


ଅନେକ କିଛି 

କହିବାର ସାହସ କରିଛି

ପୁନଶ୍ଚ ମନ ଫେରେଇ ଆଣିଛି

କାଳେ ତମେ ଭୁଲ ବୁଝିବ,

ଭୁଲ ବୁଝିବେ ତମକୁ

ପରିଚୟ ଦେଇଥିବା ପ୍ରକୃତି ।


ସବୁ କିଛି 

କହି ହୁଏନି ବୁଝିଲି !

ସବୁ ମାନ ଅଭିମାନ 

ବେଳେବେଳେ କଲବଲ କରେ

ଅର୍ଦ୍ଧଦଗ୍ଧ ଶରୀର ପରି,

ଇଚ୍ଛା ସବୁ ମାରିବାକୁ ହୁଏ

ବସ୍ ଷ୍ଟାଣ୍ଡରୁ ଫେରି ।


ହଜିଲା ପ୍ରେମ

ଆଉ ତମେ ଏକା ଲାଗିଲ,

ପରେ ହୃଦୟ ଚାହିଁଲା

ଗୋଟେ କପ୍ କଫି

ହେଲେ ସମୟ ଧୋକ୍କା ଦେଲା

ବାଧ୍ୟ ହେଇ ସବୁ ଦେଲି ଚାପି ।


ହସ ସବୁବେଳେ

ନିଜକୁ ନିଜପରି ଗଢି,

ବାସ୍ ଏତିକି ଆଶା

ଯଦି କେବେ ଦେଖା ହୁଏ

ଯଦି ହୃଦୟର ଇଚ୍ଛା ଆକାଶ ଛୁଏଁ

ଗୋଟେ ହଗ୍ ମୋ ପାଇଁ ଦେଇପାର ନିଜ ନାଁରେ ।



Rate this content
Log in

Similar oriya poem from Romance