ଝରା ପତ୍ରର ମର୍ମର
ଝରା ପତ୍ରର ମର୍ମର
ସକାଳ ପାହିଲେ ତୁମ ଭାବନାରେ
ସୂରୁଜ ଆସଇ ଉଇଁ
ତୁମ ରୂପ ଯେବେ ମନ ତଳେ ନାଚେ
ଆଖିପତା ଯାଏ ନଇଁ I
ତୁମକୁ ଦେଖିଲେ ହୃଦୟ ବେଳାରେ
ମଥାପିଟେ ପ୍ରୀତି ଉର୍ମି
ତୁମରି ହସରେ ଆକାଶ ଚହଲେ
ମନ ମୋର ଯାଏ ଝୁମି I
ଆକାଶରେ ଭାସେ ଚୁନା ଚୁନା ମେଘ
ନଈରେ ଭାସଇ ନାଆ
ଦିଶିଗଲେ ତୁମ ମୋହିନୀ ରୂପଲୋ
ଛାତିତଳେ ଜଳେ ନିଆଁ I
ପକ୍ଷୀ ଉଡୁଥାଏ ଖୋଲା ଆକାଶରେ
ମୋ ମନ ଆକାଶେ ତୁମେ
ଖେଳି ବୁଲୁଥାଅ ପ୍ରତି ମୂହୂର୍ତ୍ତରେ
ମନ ଭରିଯାଏ ପ୍ରେମେ I
ପାଚିଲା ପତର ଝଡିବା ପାଇଁକି
ହେଉଥାଏ ସଜବାଜ
ତୁମ ସହ ଥିଲେ ସମୟ ସରେନି
ଧିରେ ନଇଁ ଆସେ ସଞ୍ଜ ।

