STORYMIRROR

Aishwarya Mishra

Romance

3  

Aishwarya Mishra

Romance

ଚାଲ ଫେରିଯିବା

ଚାଲ ଫେରିଯିବା

1 min
228

ଚାଲ ଆଉଥରେ ଫେରିଯିବା ଆମେ

ସ୍ଵପ୍ନଭରା ଅତୀତକୁ,

ଆଉ ଥରେ ହେବା ଚିହ୍ନାରୁ ଅଚିହ୍ନା 

ଖୋଜିବା ସେ ଭଲ ପାଇବାକୁ ,,,


ଆଖି ସହ ଆଖି ମିଶିଗଲା ପରେ

ନଇଁଯାଉଥିବ ଆପେ ମଥା,

ଲାଜରେ ପ୍ରେମ-ସୁଧା ଝରୁଥିବ 

ନିରବତା କହୁଥିବ କଥା ,,,


ଲୁଚି ମୁଁ ଦେଖିବି ସେହି ମୁହଁଟିକୁ

ଧୀରେ ଲାଜରେ ଝାଉଁଳିଥିବ,

ଲଜ୍ଜାନତ ସେହି ଲାବଣ୍ୟ ରୂପକୁ

ଭାବି ଭାବି ରାତି ପାହୁଥିବ ,,,


ମନ କଥା କହି ଲେଖୁଥିବ ଚିଠି 

ପଢୁଥିବି ମୁଁ ଧୀରେ ଧୀରେ ,

ତୁମ ନାଁ ସହ ମୋ ନାଁ ଯୋଡ଼ି 

ଚର୍ଚ୍ଚା ହେଉଥିବ ପୁଣି ଥରେ ,,,


ଅବଶ ମନରେ ଆସିଗଲେ ଦୁଃଖ 

କୋଳରେ ଧରି ମୁଁ କେତେ ବୁଝାନ୍ତି ,

ଲୁହଭିଜା ତୁମ କ୍ଲାନ୍ତ କପାଳେ

ପ୍ରୀତିର ଚୁମ୍ବନ ନିତି ଆଙ୍କନ୍ତି,,,


ଚାଲ ସାଥି ଏବେ ଫେରିଯିବା ଆମେ

ପୁଣିଥରେ ସେ ଅତୀତକୁ,

ଆଉ ଥରେ ହେବା ପ୍ରେମିକ-ପ୍ରେମିକା

ଖୋଜିବା ସେ ଭଲ ପାଇବାକୁ ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance