ମଧୁମତୀ ମୁଁ ଯେ ମଧୁମତୀ
ମଧୁମତୀ ମୁଁ ଯେ ମଧୁମତୀ
ସତ ଥିଲା ଅବା ଥିଲା ସେ ସପନ
ସୁମଧୁର ଥିଲା ମଧୁସ୍ମୃତି,
ହୃଦୟର ଭାଷା ଚୁପେ ଲେଖିଥିଲି
ପାହିଥିଲା କେତେ ଶୀତ ରାତି।
ମଧୁମତୀ ମୁଁ ଯେ ମଧୁମତୀ ।
ଲାଜୁଆ ଆଖିରେ ଲୁଚିଥିଲା କେତେ
ଅକୁହା ସପନ ମିଠା ପ୍ରୀତି
ଥର ଥର ହାତେ ଲେଖିଥିଲି କେତେ
ଫଗୁଣ ମଳୟ ମିଠାଗୀତି
ମଧୁମତୀ ମୁଁ ଯେ ମଧୁମତୀ ।
ପୁରୁଣା ହୋଇଛି ଆଜି ସେହି ସ୍ମୃତି
ଫେରିବନି ଯାହା ଗଲା ବିତି,
ମାଟି ପ୍ରଦୀପରୁ ତେଲ ସରିଲାଣି
ଦିଶିଲାଣି ଘନ ଅମାରାତି
ମଧୁମତୀ ମୁଁ ଯେ ମଧୁମତୀ ।