STORYMIRROR

Pranati Panda

Romance

3  

Pranati Panda

Romance

ପ୍ରିୟତମ ପ୍ରିୟା ପ୍ରଣୟିନୀ

ପ୍ରିୟତମ ପ୍ରିୟା ପ୍ରଣୟିନୀ

1 min
247


ଅପେକ୍ଷାର ରାତି ବଢ଼ି ବଢ଼ି ଚାଲେ

ଦିଶିଲାନି କାହିଁ ଚାରୁ ଚନ୍ଦ୍ରମୁଖ ,

ବିରହିଣୀ ପ୍ରିୟା ଲୋଟିଛି ଶେଯରେ

ଜଳାଞ୍ଜଳି ଦେଇ ନିଜ ସାରା ସୁଖ 

  ପ୍ରିୟତମ ପ୍ରିୟା ପ୍ରଣୟିନୀ ,

ଶ୍ରାବଣର ଭିଜା ଶୀତଳ ପରଶ

  ଅଙ୍ଗେ ମାଖିଅଛି ବିରହିଣୀ ।


ପ୍ରିୟତମ ପ୍ରୀତି ଭାଙ୍ଗିବ ଅଳସ

ସମାପନ ହେବ ବିଷର କଳସ

ଖେଳିଯିବ ଦେହେ ଚନ୍ଦନର ବାସ

ସମାପନ ହେବ ଅପେକ୍ଷାର ରୋଷ

 ପ୍ରିୟତମ ପ୍ରିୟା ପ୍ରଣୟିନୀ

ବିଷ ପିଆଲାରେ ଭରିବ ପୀୟୂଷ

  ଝୁରିବନି ଆଉ ବିରହିଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance