STORYMIRROR

Pratap Chandra Mishra

Romance

3  

Pratap Chandra Mishra

Romance

ଅସୁମାରୀ ସ୍ବପ୍ନ

ଅସୁମାରୀ ସ୍ବପ୍ନ

1 min
139

ଅସୁମାରୀ ସ୍ବପ୍ନ ସାଉଁଟୁ ସାଉଁଟୁ

   ଉଭେଇ ଯାଇଛ କାହିଁ

   ପାନ୍ଥଶାଳା ର ଅଭୂଲା ପୁଲକ

   ହାତ ଠାରି ଡାକୁଥାଇ ।


   ଜୋଛନା ବଳୟେ ଚନ୍ଦ୍ରମାକଳା

   ଭାରି ଅମାନିଆ ସତେ

   ସେ କଳାର ମନୋହର ଛିଟା

   ତୁମ କବରୀରେ ଫୁଟି ଉଠେ ।


   ତଥାପି କାହିଁକି ବତୀ ଖୁଣ୍ଟଟା

    ଅଲାଜୁକି ହୋଇଯାଏ

    ମିଂଜି ମିଂଜି ଆଲୋକ ତାହାର

    ଅମା ରାତିକୁ ସହଯୋଗ କରୁଥାଏ ।


    ବାସ୍ତବ ଆଉ ସପନ ଦ୍ବନ୍ଦରେ

    ପୁରା ରଜନୀ ତୁମ ଅଭାବ ପ୍ରାୟ

    ଅଲୋଡା ଅଦୃଶ୍ୟ  ବ୍ୟଥିତ କରାଏ

    ଭାଷା ଭାବନା ଅକଥନୀୟ ।


    ଚୁମ୍ବକେ ଚୁମ୍ବକେ ସ୍ବର ଭାସି ଆସେ କ୍ଷଣେ

    କୁକୁଟ ସୂଚାଏ ଦିବା ପ୍ରାୟ ଆଗମନ

    ଅଜସ୍ର ଲୋତକ ବିଶ୍ରାମ ବିହୀନ

     ଅବଶ ଏ ତନୁ ମନ ।


     ଶବ ହେବା ପଥ ସନ୍ନିକଟ ପ୍ରାୟ

     ଅଫେରା ଛକେ ଦ୍ବାହି ଦେଇ

     ହୃଦୟର ସେଇ ନିଭୃତ କୋଣେ

     ରହିଛ,ରହିବ ଚୀର ସ୍ରୋତସ୍ବିନୀ ଟିଏ ହୋଇ

     ଶରୀର ବିହୀନ ହେଲା ପରେ ମଧ୍ୟ,

     ତୁମ କୂଶଳ ମନାସୁ ଥାଇ

     ଦିଗ ବଳୟେ ରହି ତୁମ ଶୁଭ କାମନାରେ ଲୀନ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance