ତୁମ ପ୍ରତୀକ୍ଷାରେ
ତୁମ ପ୍ରତୀକ୍ଷାରେ
ପ୍ରତୀକ୍ଷା ତୁମ ପାଇଁ କରିଥିଲି
କିନ୍ତୁ ,
ତୁମେ ଯେ ଫେରି ଚାହିଁ ଲନି
ଦୁହେଁ ମିଶି ଗଢି ଥିବା ସେ ସପନ ଘରେ
ବୁଡ଼ିଆଣି ଜାଲ ବୁଣି ସାରିଲାଣି ।।
ସେ ବାଲିରେ ତୋଳି ଥିବା ଉଆସ
ସମୁଦ୍ର ଧୋଇ ନେଲାନି ,
ମନରେ ଫୁଟି ଉଠିଥିବା ଫୁଲ ଗୁଡ଼ିକ କ୍ରମେ ମଉଳି ଗଲେଣି
ଖୁସି ଝାଉଁଳି ପତ୍ର ଝଡ଼ା ଦେଲାଣି
କିନ୍ତୁ ,
ତୁମେ ଯେ ଫେରି ଚାହିଁ ଲନି ।।
ସର୍ବଦା ତୁମ ପ୍ରତୀକ୍ଷାରତ ମୁଁ
ତୁମେ ଆସିବ ,
ସେ ଜହ୍ନର ଜୋସ୍ନାରେ ଆମ ସ୍ବପ୍ନର ଘରକୁ
ଆଲୋକିତ କରିବା ପାଇଁ ,
ପୁଣି ନୂଆ ଉଆସଟେ ତୋଳିବା ପାଇଁ
ମଉଳି ଥିବା ଫୁଲ ମଧ୍ୟରେ ଜୀବନ ବିନ୍ଦୁ ଭରିବା ପାଇଁ ।।
ତୁମ ପ୍ରେମର ରଙ୍ଗରେ
ରଙ୍ଗାଇତ କରିବା ପାଇଁ
ପୁଣି ମୋ ଓଠରେ ହସ ,
ଆଖିରେ ଝିଲି ମିଲି ସ୍ବପ୍ନ ସଜେଇବା ପାଇଁ
ତୁମେ ଆସିବ ।

