STORYMIRROR

Sibani Gita

Children Stories Inspirational Children

4  

Sibani Gita

Children Stories Inspirational Children

ତୁମେ ଚିର ନମସ୍ୟ

ତୁମେ ଚିର ନମସ୍ୟ

2 mins
220

ବାପା କଣ ଲେଖିବି ତୁମ ପାଇଁ

ତୁମେତ ଚଳନ୍ତା ଠାକୁର

ତୁମ ପାଇଁ ମା' ହାତରେ ଶଙ୍ଖା ମଥାରେ ସିନ୍ଦୂର

ତୁମେ ଆମ ସ୍ୱାଭିମାନ ଆଉ ଅଭିମାନ

ଆଙ୍ଗୁଳିର ସାହାରା ଦେଉଥିବା

ତୁମେ ପରିବାରର ଅନୁଶାସନ

ଏ ମୋ ତୁର୍ଚ୍ଛ ଜୀବନ ତୁମରି ଦାନ ।


ବାପା ଥିଲେ ବଜାରର ସବୁ ଖେଳନା ଛୁଆଙ୍କର

ଛୋଟ ପକ୍ଷୀକୁ ଉଚ୍ଚାକାଶର ସ୍ବପ୍ନ ଦେଖାଉଥିବା

ତୁମେ ସେ ଦେବ ଦୂତ ,

ପେଟକୁ ଦାନା, ଦେହକୁ କନା , ମୁଣ୍ଡକୁ ଛାତ

ଦେଉଥିବା ତୁମେ ଏକ ପୋଷକ

ବ୍ରହ୍ମା , ବିଷ୍ଣୁ , ମହେଶ ତିନିହେଁ

ତୁମ ମଧ୍ୟରେ ସ୍ଥାନିତ ।


ପିଲାଙ୍କ ଭୋକ ପାଇଁ

ତୁମେ ପରା ବିଲରେ ପୋତି ଦେଇଛ ନିଜର ସର୍ବସ୍ୱ

ଧାନ ବୁଣିନ ଯେ ବୁଣି ଦେଇଛ ନିଜକୁ ଗୋଟା ପଣେ

କି ଭରସା ବର୍ଷାକୁ ନା କେନାଲ ଡ୍ୟାମ୍ 

ତୁମ ରକ୍ତ ପରା ସାଜିଛି ଜଳ ଜଳରେ ନୁହେଁ ତ

ମାଟି ବତୁରୁ ଥାଏ ତୁମ ଝାଳରେ

ତୁମ ବୁନ୍ଦା ବୁନ୍ଦା ଲୁହରେ ନିମଗ୍ନ ଆଦ୍ର କରୁଚି ଧରାକୁ ।

ତଳି ପୋତୁ ପୋତୁ ତୁମେ ପୋତି ଦେଇଛ ନିଜକୁ ,

ବିହନ, ସାର କିଣୁ କିଣୁ ବିକି ଦେଇଛ ନିଜର ଅସ୍ତିତ୍ବ ।

ସଳିତା ଜଳି ଜଳି ଆଲୋକ ଦେବା ପରି

ତୁମେ ବି ଜଳୁଥାଅ ପ୍ରତି ଦିନ

ଦୀପ ରେ ସିନା ତେଲ ସଳିତା ଜଳନ୍ତି

ତୁମେ ତ ଜାଳୁଥାଅ ନିଜକୁ 

ପେଟକୁ ମାରି ଭୋକ ନାହିଁ କହି

ପାଣି ପିଇଦିଅ କେମିତି କେଜାଣି

ମନେ ଅଛି ମନେ ଅଛି ସାଇକେଲ ସିଖାଉ ସିଖାଉ 

ପଡ଼ି ଯାଇଥିଲି ମୁଁ

ହାତର କ୍ଷତ ଠୁ ତୁମ ମନର କ୍ଷତ ବେଶୀ ଦିଶୁଥିଲା 

ମୋ ରକ୍ତ ଦେଖି ତୁମ ଆଖିରୁୁ ଲୁହ ନୁହେଁ ଲହୁ ଝରୁ ଥିଲା ।


ଶୁଖିଲା ରୁଟି , ପିଆଜକୁ ବି

ମୁଣ୍ଡକୁ ଆଉଁସି ଖୋଇ ଦେଉଥାଅ

ତା' ସ୍ୱାଦରେ ଏ କି ପରିବର୍ତ୍ତନ

ଅମ୍ବୃତ ପରି ପ୍ରତିତ ହୁଏ

ନୁଆ ଜାମା କିଣେଇବ ବୋଲି

ନିଜ ଚିରା ଗାମୁଛା ଟିକୁ ସିଲାଉ ଥାଅ ଯେ

ତୁମେ କେମିତି ଏତେ ତ୍ୟାଗପର ।

ବାପା ତୁମେ ବୋଧେ ସେଇ ଜଣେ

ଯିଏ ନିଜଠୁ ଅଧିକ ସଫଳ ଦେଖିବାକୁ ଚାହେଁ ମୋତେ

ଆମମାନଙ୍କୁ ଆଶ୍ରୟ ଦେଉଥିବା

ତୁମେ ସେଇ ଅଶ୍ୱତଥ

ଶିକ୍ଷାର ମଞ୍ଜି ବୁଣି

ସଂସ୍କାରର ପାଣି ଢ଼ାଳି

ସୁସ୍ଥ ଏକ ବୃକ୍ଷ ନିର୍ମାଣୁ ଥିବା 

ତୁମେ ସେ ବିଶ୍ଵକର୍ମା କାରିଗର

ତୁମ ଆଶିଷରେ ପାଳିତ ମୁଁ

ତୁମେ ମୋର ପଥ ପ୍ରଦର୍ଶକ ।


ଏତେ କର୍ତ୍ତବ୍ୟ ନିଷ୍ଟ ତୁମେ

ନା ତୁମକୁ ଝରା ଶ୍ରାବଣ ଓଦା କରିପାରେ

ନା ଜ୍ୟେଷ୍ଠ ଖରା କାଟେ

ନା ହୁଏ ସେ ହାଡ଼ ଭଙ୍ଗା ଶୀତ

ତୁମେ କଣ ଥକି ପଡ଼ନି

ଦିନକ ଯାକ କ୍ଲାନ୍ତକୁ ପାସୋରି

ପୁଣି ଶୁଣାଉ ଥାଅ ଗପ

ଆଖିରେ ଭରୁ ଥାଅ ନୂଆ ନୂଆ ସ୍ବପ୍ନ

ତୁମେ କଣ ଜାଣିନ

ସ୍ବପ୍ନ ଏକ ଅବାସ୍ତବ 

ଧନୀକ ଘରେ ଚିରସ୍ଥାୟୀ ସର୍ବସ୍ୱ ସମର୍ପିତ

ଗରିବ କୁଡିଆ ରେ 

କ୍ଷଣକ ପାଇଁ ଝରା ଫୁଲ ମାତ୍ର

ତଥାପି ତୁମ ଉପରେ ଅତୁଟ ବିଶ୍ୱାସ 

ଅଜ୍ଞାନ ଅନ୍ଧାରେ 

ତୁମେ ଏକ ମାତ୍ର ଆଶାର ଆଲୋକ 

ବାପା ବିନା ଅନାଥ ହୁଏ ପରିବାର

ବାପା ତୁମେ ଚିର ନମସ୍ୟ

ତୁମେ ଚିର ନମସ୍ୟ ।


రచనకు రేటింగ్ ఇవ్వండి
లాగిన్