STORYMIRROR

Sibani Gita

Others

3  

Sibani Gita

Others

ସତ ଥିଲା ମୋ ପ୍ରେମ

ସତ ଥିଲା ମୋ ପ୍ରେମ

1 min
178


ପ୍ରେମ କରୁଥିଲି ତତେ ମୁଁ

ତୁ ତ ମୋ ଘୃଣା ର ଯୋଗ୍ୟ ନୁହେଁ ,

ସେ ଈଶ୍ୱର ଦେଖୁଚି

ବୁନ୍ଦାଏ ଲୁହ ନ ଝରେଇ ବି ,

ଲକ୍ଷେ ଥର ଡ଼ାକିନେ

କେବେ ଫେରିକି ନ ଚାହିଁ ବି ।


ଆରେ .

ପୁଣି ମୁଁ ଭୁଲି ଗଲି

ତୁ କାଇଁ ଫେରିକି ଆସିବୁ ?

ମୁଁ ତ ଖେଳଣା ଥିଲି 

ଭାଙ୍ଗିଗଲି !

ତୁ ଆଉ କୋଉଠି ମନ ଲଗେଇ ନେବୁ ।


କିନ୍ତୁ ,

ମନେ ପକେଇ ଦଉଚି 

ଖେଳଣା ନୁହେଁ ,

ବାପା ର ରାଜକୁମାରୀ ମୁଁ ।

ପ୍ରେମରେ ଗଢିଥିବା 

ସେ ଈଶ୍ୱର ର ଛୋଟ ଏକ କାହାଣୀ ମୁଁ ।


ହଁ

ଭାଙ୍ଗିଥିଲି କିଛି ସମୟ ପାଇଁ

କିନ୍ତୁ

ଗୋଟେ ଗୋଟେ ଟୁକୁଡ଼ା ଉଠେଇବି

ତୁ ବି ଦେଖିବୁ ,

କେତେ ସୁନ୍ଦର ଭାବରେ ନିଜକୁ ଗଢ଼ି ନେବି ,

ଲିଭେଇ ଦେବି ,

ଚିରି ଦେବି ସେ ପୃଷ୍ଟା

ଯୋଉଠି ତୁ ଥିବୁ ।


ଯା ଖୁସିରେ ରହ ତୁ

ଯାଉ ଯାଉ ଏ ଆଶ୍ରିବାଦ ଦେଇ ଯିବି ,

କିନ୍ତୁ

ମିଛ ଥିଲା ତୋ ପ୍ରେମ 

ଶେଷ ନିଃଶ୍ୱାସ ଯାଏଁ କହୁଥିବି ।


ମିଛରେ ଆରମ୍ଭ ,

ମିଛରେ ଶେଷ ,

ମିଛ ଥିଲୁ ତୁ

କିନ୍ତୁ

ସତ ଥିଲା ମୋ ପ୍ରେମ ।


Rate this content
Log in