STORYMIRROR

Sibani Gita

Romance

3  

Sibani Gita

Romance

ନିରବ ଛବି

ନିରବ ଛବି

1 min
248

ସେ ନୀରବତାର ଛବି ସହ

ସତ!,

ମୁଁ ବି ଗପେ ସେ ନୀରବତା ସହ

ହଁ ବେଳେବେଳେ ଗପି ଦିଏ

ମୋ ମନର ଅକୁହା କଥା ର କୋଳାହଳ କୁ

ସେ ନୀରବ ଛବି ଆଗରେ

ମୋ ମନ ରାଇଜରେ ତା ନିରବତା କୁ ଭାଙ୍ଗି

ସେ ଭଙ୍ଗା ନୀରବତାର ଦର୍ପଣ ରେ 

ଦେଖି ବାକୁ ଚେଷ୍ଟା କରେ ଅସ୍ପଷ୍ଟ ରହସ୍ୟମୟ ଆଵେଗକୁ

ମୋ ହଲଚଲ ଚାହାଣି

ହଠାତ୍ ସ୍ଥିର ହୋଇ ଉଠେ

ସ୍ତବ୍ଧ ଆଖିରେ ଦେଖେ ମୁଁ

ପୂର୍ବ ସାଇତା ମିଠା ସ୍ବପ୍ନ କୁ

ଥର ଥର ହୋଇ ଉଠେ ଓଠ 

କିଛି ଅସ୍ପଷ୍ଟ ଅକୁହା କଥାକୁ ବ୍ୟକ୍ତ କରିବା ପାଇଁ ,

ଛଳ ଛଳ ଆଖି ଦୁଇଟି ଯେମିତି ବର୍ଷିବେ ବର୍ଷିବେ ହୁଅନ୍ତି

କିନ୍ତୁ...

ବର୍ଷି ପାରନ୍ତିନି 

ସେ ଜୀବନ ଶୂନ୍ୟ ଛବି ଆଗରେ ।।

ସେ ଚାଲି ଯାଇଛି ଯେ......

କିନ୍ତୁ...

ସେ ଛବି ଗୁଡ଼ିକ ଲିଭାଇ ପାରିନି ମୁଁ ଛାତି ତଳୁ ,

ଆଃ .......କି ବେଦନା...

ସତରେ ଅଧୁରା ପ୍ରେମ ଟା ଭାରି କଷ୍ଟ ଦିଏ ।।

ଫେରିବାକୁ ଚାହିଁଲେ ଫେରି ହୁଏନା ସେ ପଛ ଦିନକୁ

ମନ ଖୋଲି କାନ୍ଦିବା ଯେ ସମ୍ଭବ ନୁହେଁ

ଶବ୍ଦ ଶୁଭିବ

ପରଖି ସମାଜର ଲାଞ୍ଛନା, ପିଡ଼ନାକୁ

ମୁଁ ପୁଣି ଫେରିଗଲି ସେ ଛବି ପାଖକୁ

ଅନେଇ ଦେଲି

ଶେଷରେ ଛଳ ଛଳ ଆଖି ରୁ ଲୁହ ପୋଛି

ଆଉ ମିଛ ହସ ଟିଏ ଓଠରେ ସଜାଡ଼ିଲି

ପୁଣି ଦୁନିଆ କୁ କୁହେ

ଦେଖେ ମୁଁ ଆଜି କେତେ ଖୁସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance