STORYMIRROR

Sibani Gita

Inspirational

3  

Sibani Gita

Inspirational

ପାରିଲିନି ନିଜକୁ ଖୋଜି

ପାରିଲିନି ନିଜକୁ ଖୋଜି

1 min
176

କେହି କେହି ଆସନ୍ତି ଏଠି

ମୋର ମୋର କହି ଏକା ସଙ୍ଗେ କିଛି ପଥ ଅତିକ୍ରମ କରିବା ପାଇଁ

ନିଜର ପୃଥକ ରାସ୍ତା ଖୋଜିବା ପାଇଁ

ମୋର କହି ରାସ୍ତା ବଦଳେଇବା ପାଇଁ ।।

ମୁଁ ଶିଖିବାକୁ ଚେଷ୍ଟା କଲି ତାଙ୍କ ଠୁ

କିନ୍ତୁ ପାରିନି....

ରାସ୍ତା ବଦଳିଲା ପରେ 

କିଛି ବଦଳିଲା ପରି ଲାଗିନି।।


ମତେ ଶିଖାଇଲେ ନିଜର କରିବା

ଆଉ ତା ପାରେ.....…

ତା ପରେ କଣ ମ

ମୁଁ ଜାଣି ନ ଥିଲି,

ଜଣକୁ ନିଜର କରି

ସମର୍ପି ଦେଲି ଗୋଟା ପଣେ ନିଜକୁ

ମୁଁ ଆଉ ଯେବେ ମୁଁ ନ ଥିଲି

ନିଜର ଅସ୍ତିତ୍ବ ହଜେଇବା ପରେ ।।


ସେ କହିଲେ ଦେଖେ ଟିକେ ନିଜକୁ

ମୁଁ ଦେଖିଲି ମୋ ଭିତରେ

ଛିଣ୍ଡା ଛିଣ୍ଡା କେତେ ଗୁଡ଼ିଏ ସଂପର୍କ ଦଉଡ଼ି , 

କିଛି କିଛି ଶୁନ୍ୟ ସ୍ଥାନ ମନେ ହେଲା

ହେଲେ ମୁଁ ତ କଷି କରି ପକାଇଥିଲି ଗଣ୍ଠି ଟିଏ ।।


ମତେ ବୁଝାଇଲେ ସବୁ

ବୁଝାଇଲେ ମୋ ମନ ବୁଝିବା ଯାଏଁ

ହେଲେ ମୁଁ ତ ବୁଝାଇ ପାରି ନ ଥିଲି ନିଜକୁ

ଏତେ ବୁଝାମଣା ଭିତରେ

ସତରେ

ଭୁଲ୍ ବୁଝାମଣା ଟା କୁଆଡ଼େ ଭାରି ଟାଣୁଆ ,

ଶେଷରେ ଅବୁଝା ରହିଗଲା କିଛି ।

ମୁଁ ଠିକ୍ କରି ଦେଖିଲା ପରେ 

ଶେଷରେ

ମୋ ଭିତରେ ରହିଲା ପରେ କେହି

ମୁଁ ପାରିଲିନି ନିଜକୁ ଖୋଜି

ମୁଁ ବି ପସନ୍ଦ କରୁଚି ଆଜି କାଲି

ରହିବାକୁ କାହା ଭିତରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational