STORYMIRROR

Sibani Gita

Others

3  

Sibani Gita

Others

କଣ ରଖିବି ଏ ସଂପର୍କର ନା

କଣ ରଖିବି ଏ ସଂପର୍କର ନା

1 min
189

ତୁମ ପ୍ରତିଛବିର ପଛଦ ପଟ୍ଟରେ ଆଜି ମୋ ହୃଦୟ

ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇଯାଏ ,

ତୁମ ଆଗମନେ ଖୁସିର ଅନ୍ୱେଷଣରେ ଥିବା ଏ ମନ ଆଜି

ନିଜକୁ ଏକ ନୂତନ ଦିଗନ୍ତରେ ସ୍ଥାପିତ କରାଯାଏ ।

ଯେବେ ତୁମ ପ୍ରେମର ଲହରୀ ପୁଣି ଆସି

ଏଇ ମୋ ଶୁଷ୍କ ନିର୍ଜନ ବେଳାଭୂମିରେ

ନିଜକୁ ଭାଙ୍ଗିଦେଇ ଯାଏ।


ଅପରିଚିତ ଥିଲ ତୁମେ ,

ଆଜି ଯେବେ ତୁମ ପରିଚୟ

ମୋ ନୟନ ଫାଙ୍କରେ ମୋତେ ହାତ ଠାରି ଡାକି ନିଏ ,

ଅନେକ ଅକୁହା ଅସହିଷ୍ନୁ ମରୀଚିକାର ମ୍ରିୟମାଣ ତାକୁ

ଯେବେ ତୁମ ହୃଦୟ ପ୍ରେମର ବର୍ଷାରେ ଭିଜେଇ ଦେଇଯାଏ ।

ବାହାରେ ସିନା ମୁଁ ଓଦା ହୁଏ

ଅନ୍ତରଟା ମୋର ଜଳୁ ଥାଏ ,

ମୋ ଅନୁଭବର ଅନୁଶୀଳନୀରେ

ଆଜି ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଏ।


ଜୀବନର ଏକ ସ୍ପଷ୍ଟ ପଥ ପ୍ରାନ୍ତର ପଥିକଟିଏ ଥିଲି ମୁଁ

ତୁମ ଅପେକ୍ଷାରେ ......

ତୁମେ ଆସି ପଥଭ୍ରଷ୍ଟ କରେଇ ଗଲ

ତୁମେ ଯେ ହାତ ବଢ଼େଇଲ , 

ଆଉ ସାଥିରେ ଚାଲିବାକୁ ଉତ୍ସାହିତ କଲ

ସାଥିଟିଏ ହୋଇ ଚାଲିବାର ପ୍ରତିଶୃତି ଦେଇ

ଅଧାବାଟେ ପୃଥକ ରାସ୍ତାଟିଏ ତିଆରି କଲ ।

ମୁଁ ପ୍ରସ୍ତୁତ ନ ଥିଲି , 

ଭାଙ୍ଗିପଡିଲି ନିଜ ଭିତରେ ମୁଁ ।

ମନ, ହୃଦୟ କ୍ଷତାତ ହେଲେ 

ପୁଣି ଉଠିବାର ଚେଷ୍ଟା କଲି ,

ପାଇଲି କଣ??

ତୁମଠୁ ନିନ୍ଦା , ଅପମାନ , ପ୍ରତାରଣା ।

ଯିଏ ହାତଧରି ଚାଲିବାର ପ୍ରତିଶ୍ରୁତି ଦେଇଥିଲା

ସେ ଆସି ଅଧା ବାଟରେ ଛାଡି ଗଲା ,

ଯିଏ ଦିନେ ହସେଇବ କହୁଥିଲା

ସେ ଆସି ସାରା ଜୀବନ ପାଇଁ ଲୁହ ଦେଇଗଲା

ପ୍ରେମର ନା ନେଇ ଯିଏ ସ୍ୱାଥ ପୂରଣ କରୁଥିଲା।।

ଦେଖ ନା ପ୍ରେମର ନାଁ ନେଇ

ତୁମେ କି ଖେଳ ଖେଳି ଗଲ ....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍