STORYMIRROR

Sibani Gita

Crime

3  

Sibani Gita

Crime

ରାସ୍ତା

ରାସ୍ତା

1 min
189

ତୋ ପାଦ ସହ ପାଦ ମିଶାଇ ପଥ ଅତିକ୍ରମ ର ଇଚ୍ଛା ଆଜିବି ଅଛି

ହେଲେ ତୁ ତୋ ପୃଥକ ରାସ୍ତା ବାଛି ନେଇଛୁ ।।


ତୋ ହାତରେ ହାତରଖି ଜିଇଁବାର ଇଚ୍ଛା ଆଜିବି ଅଛି

ହେଲେ ତୁ ତୋ ହାତ ଛଡ଼େଇ ନେଇଛୁ ।।


ତୋ ଆଖିସହ ଆଖି ମିଶାଇ ସେ ଅସ୍ପଷ୍ଟ କଥା ଜାଣିବାର ଇଚ୍ଛା ଆଜିବି ଅଛି

ହେଲେ ତୁ ତୋ ନଜର ଫେରେଇ ନେଇଛୁ ।।


ତୋ ସହ ମିଶି ସ୍ବପ୍ନ ଦେଖିବାର ଇଚ୍ଛା ଆଜିବି ଅଛି

ହେଲେ ତୁ ମୋଠୁ ସ୍ବପ୍ନ ଦେଖିବାର ଅଧିକାର ଛଡ଼େଇ ନେଇଛୁ।


ତୋ ସୁଖ ,ଦୁଃଖ, ଯନ୍ତ୍ରଣାରେ ସମଭାଗୀଦାର୍ ହେବାର ଇଛା ଆଜିବି ଅଛି

ହେଲେ ତୁ ମତେ ପରା ଅପରିଚିତ ସଜେଇ ନେଇଛୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime