STORYMIRROR

Sibani Gita

Romance

2  

Sibani Gita

Romance

ସାଥୀ

ସାଥୀ

1 min
168


ଯେତେ ବୁଝାଇଲେ ମନ ମୋ ବୁଝୁନି

ଝୁରି ମରୁଥାଏ ତୁମକୁ 

କରିଚି ପ୍ରତୀକ୍ଷା ନିରନ୍ତର ସାଥୀ

ଆସିବ କେବେ ମୋ ପାଖକୁ ।

ବ୍ୟାକୁଳ ଜୀବନ 

ବ୍ୟାକୁଳିତ ମନ

ବ୍ୟାକୁଳ ଏ ନୟନ

ଦେଖିବାକୁ ଟିକେ ତୁମକୁ ।

ଅକୁହା ପ୍ରଶ୍ନ ଯେ ଉଁଙ୍କି ମାରୁଥାଏ

ମନରେ ମୋହର ଆଜି

କେତେ ବେଦନା କହି ମୁଁ ପାରିନି

ତୁମ ସମ୍ମୁଖରେ ସାଥୀ

କହିବି କି ନାହିଁ ଦ୍ବନ୍ଦରେ ପଡ଼ି

ନିଜକୁ ଦେଇଚି ରୋକି ।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance