STORYMIRROR

Sibani Gita

Children Stories

4  

Sibani Gita

Children Stories

ଭାଇ ପାଇଁ ପଦେ

ଭାଇ ପାଇଁ ପଦେ

1 min
191


ସେନେହ ସୂତାରେ ମମତାର ଡୋରେ

ପ୍ରେମ ମୋର ଆଜି ସାଜିଛି ମାଳି,

ସେଇ ସ୍ନେହ ପ୍ରେମ ସୂତାରେ ସାଉଁଟି

ଦେଇଚି ବାନ୍ଧି ମୁଁ ହାତରେ ତୋହରି।


ଆଜୀବନ ଭାଇ ମନେ ରଖିଥିବୁ

ସ୍ବପ୍ନଟିଏ ଭାବି ଭୁଲି ନ ଯିବୁ,

ସେଇ ଡୋରି ଟିରେ ପ୍ରାଣ ମୋ ସ୍ଥାପିଛି

ରେଶମୀ ଭାବି କାଟି ନ ଦେବୁ।


ମାଗୁ ନାହିଁ ଭାଇ ଦାମୀ ଉପହାର

ମାଗୁଛି ଆଜୀବନ ସମର୍ଥନ ତୋର

ମାଆ ପରି ମୋତେ ସ୍ନେହ ଟିକେ ଦେବୁ 

ବାପା ହୋଇ ଶାସନ କରିବୁ

ବନ୍ଧୁ ପରି ମୋତେ ସମର୍ଥନ ଦେବୁ 

ଦେହର ଛାଇ ପରି ସଙ୍ଗେ ରହିଥିବୁ

ରକ୍ଷା ପାଇଁ କବଚଟେ ସାଜିବୁ

କେବେ ଅଗ୍ନିର ଜ୍ଵାଳା ତ

କେବେ ନଈର ଧାରା ତୁ ହେବୁ

ଭାଇ ମୋ ପାଇଁ ବେଲୁନ ଟିଏ ଆଣିବୁ

ଭାଇ ତୋ ପାଇଁ ପଦେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍