STORYMIRROR

Sibani Gita

Romance

3  

Sibani Gita

Romance

ଦୂରେ ତୁମେ ସାଥୀ

ଦୂରେ ତୁମେ ସାଥୀ

1 min
191

ଦୂର ଦିଗନ୍ତ ଦୂର ଦିଗ୍ ବଳୟ ଦୂର ଆକାଶ

ଆଉ ଦୂର ତୁମ ଉପସ୍ଥିତି

ଦୂର ତୁମେ ବହୁ ଦୂରରେ ତୁମେ ସାଥୀ

ତୁମ ପାଖରେ ପହଞ୍ଚି ପାରୁଛି କି ମୋ ଭାବନାର ଉକ୍ତି ।


ଦୂରେ ପଦ୍ମ ରବି ଦୂରେ ଚନ୍ଦ୍ର କୁମୁଦିନୀ

ତଥାପି ପ୍ରେମ ଯେ ନିରନ୍ତର

ତୁମେ ମୋ ଜୀବନ ମୋ ପ୍ରେମ ସାଗର

ତୁମେ ଲହରୀ ମୋ ମନ ସମୁଦ୍ରର

ତୁମେ ପାଖେ ଥିଲେ ଦୁନିଆ ଲାଗେ ପୂର୍ଣ୍ଣ

ତୁମ ଅନୁପସ୍ଥିତି ମୋତେ କରୁଥାଏ ଜରାଜୀର୍ଣ୍ଣ

ଓଠର ହସ ଯେମିତି ଆଖିରେ ବନ୍ୟା ସୃଷ୍ଟି କରେ ।


ଅନେକ ଦୂରେ ତୁମେ 

ତୁମ ଅପେକ୍ଷାରେ ବସିଛି ଫେରିବା ବାଟକୁ ଚାହିଁ

ତୁମ ଆଲିଙ୍ଗନର ଅସରାଏ ବର୍ଷାରେ ତୁମ ସହ ଭିଜିବା ପାଇଁ

ତୁମ ପ୍ରେମର ଉଷ୍ମତାରେ ନିଜକୁ ଗୋଟା ପଣେ ତୁମକୁ ସମର୍ପିବା ପାଇଁ

ତୁମ ପ୍ରୀତିର ପରିସରରେ ନିଜର ଅସ୍ତିତ୍ବ ସନ୍ଧାନିବା ପାଇଁ

କେବଳ ତୁମର ହୋଇ ରହିବା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance