ମୋ ପ୍ରେମିକା
ମୋ ପ୍ରେମିକା
ସିଏ ମାଗିଥିଲା ପାରିଜାତ
ମୁଁ ଦେଇଥିଲି ତୋଳି
ସିଏ ଖୋଜୁଥିଲା ପ୍ରେମରଙ୍ଗ
ମୁଁ ଦେଇଥିଲି ବୋଳି
ଅତୀତର କାହାଣୀରୁ ଦୁଇ ଧାଡ଼ି ଲେଉଟାଇ
ଅବୋଧ୍ୟ କବିତାରୁ ଅନ୍ତରଙ୍ଗ ସ୍ପର୍ଶ ପାଇ
ସିଏ ଚାଲିଯାଉଥିଲା ତା ବାଟେ
ପୁଣି କଣେଇ କଣେଇ ଚାହିଁ
ମୁଁ ଯାଉଥିଲି ତା ପଛେ ପଛେ
ନାଲି ଗୋଲାପ ଟେ ନେଇ।
ହଠାତ୍ ଅଟକି ଗଲା ତାଙ୍କ ଗାଁ ମୁଣ୍ଡ ଓସ୍ତମୁଳେ
ଆଉ ପଚାରିଲା
କଣ ମୋ ଘର ଯାଏଁ ପଳେଇ ଆସିବ ନା କଣ
ମୁଁ କହିଲି ମୁଁ ତ ତୁମ ହୃଦୟରେ ଜାଗା କିଣି ଘର କରିସାରିଛି
ଆଉ କୋଉ ଘରକୁ ଯିବି
ବାସ୍ ସେଇ ଘରକୁ ସଜେଇବା ପାଇଁ ଏଇ ଗୋଲାପ ଫୁଲଟେ ଦଉଛି।
ଫୁଲକୁ ଧରିଲା ମୁରୁକି ହସିଲା
ଆଉ ଲାଜରେ ହେଲା ଆଉଜି
କାନପାଖେ ଆସି ଚୁପ ଚାପ୍ କହିଲା
ଆଜି ପାଇଁ ଏତିକି ଏବେ ଘରକୁ ଯାଉଛି।।

