STORYMIRROR

Binod Sahoo

Romance

3  

Binod Sahoo

Romance

ମୋ ପ୍ରେମିକା

ମୋ ପ୍ରେମିକା

1 min
237

ସିଏ ମାଗିଥିଲା ପାରିଜାତ

ମୁଁ ଦେଇଥିଲି ତୋଳି

ସିଏ ଖୋଜୁଥିଲା ପ୍ରେମରଙ୍ଗ

ମୁଁ ଦେଇଥିଲି ବୋଳି

ଅତୀତର କାହାଣୀରୁ ଦୁଇ ଧାଡ଼ି ଲେଉଟାଇ

ଅବୋଧ୍ୟ କବିତାରୁ ଅନ୍ତରଙ୍ଗ ସ୍ପର୍ଶ ପାଇ

ସିଏ ଚାଲିଯାଉଥିଲା ତା ବାଟେ

ପୁଣି କଣେଇ କଣେଇ ଚାହିଁ

ମୁଁ ଯାଉଥିଲି ତା ପଛେ ପଛେ

ନାଲି ଗୋଲାପ ଟେ ନେଇ।

ହଠାତ୍ ଅଟକି ଗଲା ତାଙ୍କ ଗାଁ ମୁଣ୍ଡ ଓସ୍ତମୁଳେ

ଆଉ ପଚାରିଲା

କଣ ମୋ ଘର ଯାଏଁ ପଳେଇ ଆସିବ ନା କଣ

ମୁଁ କହିଲି ମୁଁ ତ ତୁମ ହୃଦୟରେ ଜାଗା କିଣି ଘର କରିସାରିଛି

ଆଉ କୋଉ ଘରକୁ ଯିବି

ବାସ୍ ସେଇ ଘରକୁ ସଜେଇବା ପାଇଁ ଏଇ ଗୋଲାପ ଫୁଲଟେ ଦଉଛି।

ଫୁଲକୁ ଧରିଲା ମୁରୁକି ହସିଲା

ଆଉ ଲାଜରେ ହେଲା ଆଉଜି

କାନପାଖେ ଆସି ଚୁପ ଚାପ୍ କହିଲା

ଆଜି ପାଇଁ ଏତିକି ଏବେ ଘରକୁ ଯାଉଛି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance