STORYMIRROR

Binod Sahoo

Others

3  

Binod Sahoo

Others

ଗୋରା ଚର୍ମ ଝିଅର କାହାଣୀ

ଗୋରା ଚର୍ମ ଝିଅର କାହାଣୀ

1 min
192


ମାଆ ପେଟରୁ ବାହାରିଲେ କହିବେ 

ଗୁରି ମାଈ ଟିଏ ଆଇଛି ଲୋ ତୋତେ

ଯୌତୁକ ଲାଗିବ ନାହିଁ

ପାଠ ପଢିବାକୁ ବାହାରିଲେ କହିବେ 

ସୁନ୍ଦରୀ ପାରା କି ପାଠ ପଢିବ

ଦୁନିଆ କେଁ ଘରୁକୁ ଆଣିବ

ମନ୍ଦିର କୁ ଗଲେ କହିବେ

ସେ ଦିଅଁ ଦେଖିବାକୁ ଯାଇଛି ନା 

ସଜେଇ ହେଇକି ଦୁନିଆ ପୁଅକୁ ଦେଖେଇ ହବାକୁ

କଲେଜ ଗଲେ ଟୋକା ଜଦି ବେସି ପଛରେ ପଡିବେ

କହିବେ ଝିଅ ଚରିତ୍ର ଠିକ ନାହିଁ

ବେଶି ବିବାହ ପ୍ରସ୍ତାବ ଆସିଲେ କୁଳ କୁଟୁମ୍ବ ରେ ଚର୍ଚ୍ଚା

ବାହାଘର ପ୍ରସ୍ତାବ ଜଦି କୋଉଟା ପସନ୍ଦ ନକଲେ

କୋଉଠି ଭଲ ପାଉଥିବ

କବାଟ ଭିତରପଟୁ ଦେଇ ଶୋଇଲେ

କାହା ସାଙ୍ଗେ ଥିଲାକି ଭିତରେ ଯାଇକି ଦେଖ

ଚାକିରୀ କଲେ କହିବେ ଦାଣ୍ଡୁଆଣୀ

ବାହା ହେଲା ପରେ ସାହି ପଡିସାରେ ଚର୍ଚ୍ଚା ସୁନ୍ଦରୀ ତାର କାମାଧାମ କରୁଛିନା ଇମିତି ସଜେଇ ହେଇକି ବସୁଛି

ଚାକିରୀ କରୁଥିଲେ ସନ୍ଦେହ

କୋଉ ପର ପୁରୁଷ ସହ କଥା ହଉଛିକି

ଫୋନ ଧରୁଥିଲେ

ୱାଟସଆପ ଚେକ

କାହା ସହିତ କଣ ଗପୁଛି

ଏକୁଟିଆ ବସିଥିଲେ କହିବେ 

କାହା କଥା ବସି ଭାବୁଛି

ଛାତରେ ବସିଲେ କୋଉ ପୁଅ କୁ ବସି

ଅନଉ ଥିବ କହିବେ

ନିଜ ଫିଗର ମେଣ୍ଟେନ କଲେ କହିବେ 

ଏତେ ସବୁ କାହାକୁ ଦେଖେଇବାକୁ କରୁଛି

ଧନ୍ୟ ମୋ ଗୋରା ଚର୍ମ

ହାତ ଗୋଡ଼ ମୋର ବାନ୍ଧି ଦେଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍