STORYMIRROR

Binod Sahoo

Romance

3  

Binod Sahoo

Romance

ରଜପାଗ

ରଜପାଗ

1 min
204


ମସ୍ତ୍ ହେଇଛି ମସ୍ତାନି ଭରୁଛି

ମୌସୁମୀ ମିଶା ଏ ରଜପାଗ

ଲକ୍ ଡାଉନ ଟା ବି ଆହୁରି ନିଆରା

ସବୁ ସ୍କୁଲ ସାଙ୍ଗସାଥିଙ୍କ ଭେଟ ଘାଟ।


ସଜେଇ ହେଇକି ତରୁଣୀ ବୁଲନ୍ତି

ଭଳିକି ଭଳି ବେଶରେ

ଗାଁ ଦାଣ୍ଡ ଆଜି ଉଠୁଛି ପଡୁଛି

ଅଗଣାର ଝୁଲା ଦୋଳିରେ।।


ଅବଶ୍ୟ ଝୁରୁଛି ଗାଁ ଆମ୍ବ ତୋଟା

ଲାଗୁନି ବୋଲି ଗହଳି

ତଥାପି ଜମୁଛି ଫୁଲ ଟୁ ମସ୍ତି

ନୂଆ ଭାଉଜଙ୍କ ମେଳି।


ଉଡ଼ିବ ବିଅର୍ କଟା ହବ ଖାସି

ବିଦ୍ୟାରାଣ ଜମା ଦବୁ ନାହିଁ ଫୁରସତ।

ପ୍ରେମିକା ରାଣକୁ ଭୁଲିଯିବୁ ଆମେ

ପଛରେ ହଉ ପଛେ ଯେତେ ହରକତ୍।


    


Rate this content
Log in

Similar oriya poem from Romance